ନୂଆଦିଲ୍ଲୀ: 'ସ୍ୱରାଜ ଇଣ୍ଡିଆ' ଆଗାମୀ ହରିଆନା ବିଧାନସଭା ନିର୍ବାଚନର ସମସ୍ତ ଆସନରେ ପ୍ରାର୍ଥୀ ଦେବ। ସ୍ୱରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଆଜି ଏହା ଘୋଷଣା କରିଛନ୍ତି। ଦଳର ଚିହ୍ନ 'ହୁଇସିଲ୍' ରହିଛି। ପୂର୍ବରୁ ଆମ୍ ଆଦମୀ ପାର୍ଟିରେ ଥିବା ବେଳେ ଦିଲ୍ଲୀରେ କଂଗ୍ରେସକୁ କ୍ଷମତାଚ୍ୟୁତ କରାଇ ଆପ୍ ସରକାର ଗଢ଼ିବାରେ ଯୋଗେନ୍ଦ୍ର ଯାଦବଙ୍କର ପ୍ରମୁଖ ଭୂମିକା ଥିଲା। ପରେ ସେ ଦଳର ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି 'ସ୍ୱରାଜ ଇଣ୍ଡିଆ' ନାମକ ସାମାଜିକ ଓ ରାଜନୀତିକ ମଞ୍ଚ ପ୍ରତିଷ୍ଠା କରିଥିଲେ। ଏବେ ଏହାକୁ ରାଜନୀତିକ ଦଳ ଭାବରେ ତିଆରି କରିଛନ୍ତି।
#चुनाव_चिन्ह_सीटी
किसान को दाम,युवाओं को काम, शराब के ठेकों का काम तमाम,मजदूर का सम्मान और कानून व्यवस्था के इंतज़ाम के लिए @_SwarajIndia हरियाणा विधानसभा में चुनाव लड़ेगी।
युवा और महिला भागीदारी से अब जात-धर्म और बाबाओं के नाम पर वोट की खेती करने वालों के खिलाफ बजेगी सीटी! pic.twitter.com/Q30EyFTn4C— Swaraj India Delhi (@swarajindiadel) June 27, 2019
ସେ କହିଛନ୍ତି ରାଜନୀତିକ ଦଳ କ୍ଷମତାରେ ରହିବା ପାଇଁ ଚାଷ କରୁଛନ୍ତି, କିନ୍ତୁ ତାଙ୍କ ଦଳ ସତକୁ ନେଇ ଲୋକଙ୍କ ମଧ୍ୟରେ ଚାଷ କରିବ ବୋଲି ଆଜି ଚଣ୍ଡିଗଡରେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯୋଗେନ୍ଦ୍ର। ୪ ବର୍ଷ ହେଲା ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା 'ସ୍ୱରାଜ ଇଣ୍ଡିଆ' ଏବଂ 'ସ୍ୱରାଜ ଅଭିଯାନ' ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯାଇ ସଫଳ ହୋଇଛି। ଏବେ ତାଙ୍କର ଏହି ଦଳ ହରିଆନା ବିଧାନସଭା ନିର୍ବାଚନରେ ଲୋକଙ୍କ ପାଖରେ ଶାସକ ଦଳ ବିଜେପିର ବିକଳ୍ପ ହେବ ବୋଲି ସେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।