ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କୁ ପୁଣି ପ୍ରାର୍ଥୀ କଲା ବିଜେପି

ଚଣ୍ଡିଗଡ଼: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ରେସଲର ଯୋଗେଶ୍ୱର ଦତ୍ତଙ୍କୁ ବିଜେପି ହରିଆଣାରେ ନିର୍ବାଚନ ଲଢ଼ିବାକୁ ପୁଣିଥରେ ଟିକେଟ ଦେଇଛି। ସେ ବରୋଦାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ନଭେମ୍ବର ୩ରେ ବରୋଦାରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ବିଜେପି ଯୋଗେଶ୍ୱରଙ୍କୁ ଶେଷରେ ପ୍ରାର୍ଥୀ ଭାବେ ଚୟନ କରିଛି। ଚଳିତ ବର୍ଷ ଏପ୍ରିଲ ମାସରେ ବରୋଦାର ବିଧାୟକ ତଥା କଂଗ୍ରେସ […]

vg

Hemant Lenka
  • Published: Friday, 16 October 2020
  • , Updated: 16 October 2020, 09:31 AM IST

ଚଣ୍ଡିଗଡ଼: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ରେସଲର ଯୋଗେଶ୍ୱର ଦତ୍ତଙ୍କୁ ବିଜେପି ହରିଆଣାରେ ନିର୍ବାଚନ ଲଢ଼ିବାକୁ ପୁଣିଥରେ ଟିକେଟ ଦେଇଛି। ସେ ବରୋଦାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ନଭେମ୍ବର ୩ରେ ବରୋଦାରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ବିଜେପି ଯୋଗେଶ୍ୱରଙ୍କୁ ଶେଷରେ ପ୍ରାର୍ଥୀ ଭାବେ ଚୟନ କରିଛି।

ଚଳିତ ବର୍ଷ ଏପ୍ରିଲ ମାସରେ ବରୋଦାର ବିଧାୟକ ତଥା କଂଗ୍ରେସ ନେତା କ୍ରୀଷ୍ଣ ହୁଡାଙ୍କ ଦେହାନ୍ତ ହୋଇଥିଲା। ଏହି କାରଣରୁ ଏଠାରେ ଉପ ନିର୍ବାଚନ ହେଉଛି। ୨୦୧୯ ବିଧାନସଭା ନିର୍ବାଚନ ବେଳେ ବିଜେପି ଯୋଗେଶ୍ୱରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ କଂଗ୍ରେସ ଦିବଗଂତ ନେତା ଶ୍ରୀ ହୁଡା ପରାସ୍ତ କରିଥିଲେ। ଏବେ ପୁଣିଥରେ ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବରୋଦାରେ ବିଜେପି ଆଜି ଯାଏ କେବେ ହେଲେ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ଏଥର ଦଳ ଯୋଗେଶ୍ୱରଙ୍କ ଉପରେ ଭରସା ରଖିଛି।

Related story