ନେତା ହେବା ପାଇଁ କ’ଣ ଜରୁରୀ?

କୋଲକାତା: ନେତାଙ୍କର ଅଜବ ଗଜବ ମତ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି। ବିଶେଷକରି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତାଙ୍କର। ଜଣେ ନେତା ହେବା ପାଇଁ ହେଲେ କେଉଁ ସବୁ ପାରଦର୍ଶୀତି ବା ଗୁଣ ରଖିବା ଦରକାର? ସମସ୍ତେ ଟିକିଏ ବହୁତ ଏବାବଦରେ ଆକଳନ କରିପାରୁଥିବେ। ହେଲେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଟିକିଏ ନିଆରା ଢ଼ଙ୍ଗରେ ମତ ରଖିଛନ୍ତି। ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ ବିରୋଧରେ ସକ୍ରିୟ ହେବାକୁ ଯାଇ ଦିଲ୍ଲୀପ ଘୋଷ […]

Dilip-Ghosh

Subhransu Sekhar
  • Published: Thursday, 30 January 2020
  • , Updated: 30 January 2020, 08:34 PM IST

କୋଲକାତା: ନେତାଙ୍କର ଅଜବ ଗଜବ ମତ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି। ବିଶେଷକରି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତାଙ୍କର। ଜଣେ ନେତା ହେବା ପାଇଁ ହେଲେ କେଉଁ ସବୁ ପାରଦର୍ଶୀତି ବା ଗୁଣ ରଖିବା ଦରକାର? ସମସ୍ତେ ଟିକିଏ ବହୁତ ଏବାବଦରେ ଆକଳନ କରିପାରୁଥିବେ। ହେଲେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଟିକିଏ ନିଆରା ଢ଼ଙ୍ଗରେ ମତ ରଖିଛନ୍ତି।

ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ ବିରୋଧରେ ସକ୍ରିୟ ହେବାକୁ ଯାଇ ଦିଲ୍ଲୀପ ଘୋଷ ଦଳୀୟ କର୍ମୀଙ୍କୁ କହିଛନ୍ତି, ‘ଘରେ ବସିଥିବା ଦଳୀୟ କର୍ମୀଙ୍କୁ କେବେ ଭଲ କର୍ମୀ ବୋଲି କୁହାଯାଇପାରିବନି। ଏଥିପାଇଁ ସମସ୍ତଙ୍କୁ କାମ କରିବାକୁ ହେବ। ରାଜନୀତିରେ ଏମିତି ସକ୍ରିୟ ହେବାକୁ ପଡ଼ିବ ପରିଣାମସ୍ୱରୂପ ପୁଲିସ ଆପଣଙ୍କୁ ଗିରଫ କରିବାକୁ ଆସିବ। ଟିଏମସି ଗୁଣ୍ଡାଙ୍କ ଧମକକୁ ଡରିଲେ ହେବନି। ଯେତେ ପର୍ଯ୍ୟନ୍ତ ଆପଣମାନେ ଜେଲ୍ ଯାଇ ନାହାନ୍ତି ସେତେଦିନ ଯାଏ ଆପଣ ଭଲ ନେତା ହୋଇପାରିବେନି’।

ଦିଲ୍ଲୀପ ଘୋଷଙ୍କ ଏହି ମତକୁ ନେଇ ଟିଏମସି ମଧ୍ୟ ମତ ରଖିଛି। ଟିଏମସିର ମନ୍ତ୍ରୀ ସୋବନଦେବ ଚଟୋପାଧ୍ୟାୟ କହିଛନ୍ତି, ଜଣେ ନେତା ଭାବରେ ଏଭଳି କହିବା ବେଳେ ସମସ୍ତ ଦିଗକୁ ଚିନ୍ତା କରି କହିବା ଉଚିତ୍।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ମଧ୍ୟ ଦିଲ୍ଲୀପ ଘୋଷ ମଧ୍ୟ କହିଥିଲେ, ଯେଉଁମାନେ ସିଏଏକୁ ବିରୋଧ କରି ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରିଛନ୍ତି, ସେମାନଙ୍କୁ ବିଜେପି ଶାସିତ ରାଜ୍ୟରେ କୁକୁରଙ୍କୁ ଗୁଳି ମାରିଲା ଭଳି ମରାଯାଇଛି।

Related story