ମହିଳାଙ୍କ ପଶୁପ୍ରେମ: ମାଙ୍କଡ଼ ନାଁରେ କରିଦେଲେ ନିଜର ସମସ୍ତ ସମ୍ପତ୍ତି

ଲୋକମାନେ ଘରେ ଗାଈ, ବଳଦ, ମେଣ୍ଢା, କୁକୁର, ବିଲେଇ ଓ ମାଙ୍କଡ଼ ଆଦି ବିଭିନ୍ନ ଜୀବଜନ୍ତୁ ପାଳିବା କଥା ତ ଆପଣମାନେ ଦେଖିଥିବେ। ସେମାନଙ୍କ ପାଇଁ ଅଜସ୍ର ଭଲପାଇବା ଓ ଅନେକ କିଛି କରିବା ମଧ୍ୟ ଦେଖିଥିବେ। ହେଲେ ପାଳିତ ପଶୁକୁ କେହି କେବେ ସମ୍ପତ୍ତିର ଉତ୍ତରାଧିକାରୀ କରିବା କଥା କେବେ ଶୁଣି ନଥିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାରେ ପଶୁପ୍ରତି ସୀମାହୀନ ଭଲପାଇବାର ଏକ ନିଆରା କାହାଣୀ ଦେଖିବାକୁ […]

monkey-1

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 03:16 PM IST

ଲୋକମାନେ ଘରେ ଗାଈ, ବଳଦ, ମେଣ୍ଢା, କୁକୁର, ବିଲେଇ ଓ ମାଙ୍କଡ଼ ଆଦି ବିଭିନ୍ନ ଜୀବଜନ୍ତୁ ପାଳିବା କଥା ତ ଆପଣମାନେ ଦେଖିଥିବେ। ସେମାନଙ୍କ ପାଇଁ ଅଜସ୍ର ଭଲପାଇବା ଓ ଅନେକ କିଛି କରିବା ମଧ୍ୟ ଦେଖିଥିବେ। ହେଲେ ପାଳିତ ପଶୁକୁ କେହି କେବେ ସମ୍ପତ୍ତିର ଉତ୍ତରାଧିକାରୀ କରିବା କଥା କେବେ ଶୁଣି ନଥିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।

ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାରେ ପଶୁପ୍ରତି ସୀମାହୀନ ଭଲପାଇବାର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି। ଏଠାରେ ସବିସ୍ତା ନାମକ ଜଣେ ମହିଳା ତାଙ୍କର ସମସ୍ତ ସମ୍ପତ୍ତି ଏକ ମାଙ୍କଡ଼ ନାଁରେ କରିଦେଇଛନ୍ତି।  ମାଙ୍କଡ଼ଟିର ନାଁ ହେଉଛି ଚୁନ୍‌ମୁନ୍‌। ଚୁନ୍‌ମୁନ୍‌ କାରଣରୁ ମହିଳା ଜଣଙ୍କୁ ଏତେ ଖୁସି ମିଳିଛି ଯେ ସେ ନିଜର ସମସ୍ତ ସମ୍ପତ୍ତି ତା’ ନାଁରେ କରିଦେଇଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯାହା ନାଁରେ ସମସ୍ତ ସମ୍ପତ୍ତି ହୋଇଛି ସେ ବର୍ତ୍ତମାନ ଜୀବିତ ନାହିଁ। ଗତବର୍ଷ ଚୁନମୁନ୍‌ର ମୃତ୍ୟୁ ହୋଇଯିବା ପରେ ମହିଳା ଜଣକ ନିଜ ଘରେ ତା’ର ଏକ ମନ୍ଦିର ବନାଇଛନ୍ତି। ମନ୍ଦିରରେ ରାମ ଲକ୍ଷ୍ମଣ ଓ ସୀତାଙ୍କ ସହ ଚୁନ୍‌ମୁନ୍‌ର ମୂର୍ତ୍ତୀର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହି ଅବସରରେ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥିଲା। ମହିଳା ଜଣକ ତାଙ୍କ ଘରର ନାଁ ମଧ୍ୟ ସେହି ମାଙ୍କଡ଼ ନାଁରେ ରଖିଛନ୍ତି।

ସାବିସ୍ତାଙ୍କ କହିବା ଅନୁୟାୟୀ ଚୁନ୍‌ମୁନ୍‌ ତାଙ୍କୁ ୧୩ ବର୍ଷ ପୂର୍ବେ ମିଳିଥିଲା। ଆଉ ସେ ମାନନ୍ତି ଯେ ଚୁନ୍‌ମୁନ୍‌ ଘରକୁ ଆସିବା ପରେ ତାଙ୍କର ଭାଗ୍ୟ ବଦଳିଯାଇଥିଲା। ସାବିସ୍ତା ଜଣେ ମୁସଲିମ୍‌ ହୋଇ ବି ସେ ନିଜ ଘରେ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ୧୯୯୮ ମସିହାରେ ସେ ବ୍ରଜେଶ ଶ୍ରୀବାସ୍ତବଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର କୌଣସି ସନ୍ତାନ ନାହାଁନ୍ତି।

ସେ କହିଛନ୍ତି ଯେ ବ୍ରଜେଶଙ୍କୁ ବିବାହ କରିବା ପରେ ସମାଜରେ ତାଙ୍କର ବଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ଏପରିକି କାମ ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ଧାର କରଜ ବଢ଼ିବାକୁ ଲାଗିଲା। ମନର ଶାନ୍ତି ପାଇଁ ସେମାନେ ଧାର୍ମିକ ଗ୍ରନ୍ଥ ସବୁ ପଢ଼ୁଥିଲେ। ସାଧୁସନ୍ଥଙ୍କ ଶରଣାଗତ ହୋଇଥିଲେ। ଏସବୁ ଭିତରେ ୨୦୦୫ ମସିହା ଜାନୁୟାରୀ ୧ ତାରିଖରେ ଚୁନ୍‌ମୁନ୍‌ ତାଙ୍କ ଘରକୁ ଆସିଥିଲା। ସେତେବେଳେ ସେ ମାତ୍ର ୩ ମାସର ହୋଇଥିଲା। ଚୁନ୍‌ମୁନ୍‌ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ସେ ଘରକୁ ଆସିବା ପରେ ସେମାନଙ୍କର ସମସ୍ତ ଧାର କରଜ ଶୁଝିଯିବା ସହ ସେମାନଙ୍କୁ ଧନ ସମ୍ପତ୍ତି ମିଳିଥିଲା।

Related story