ଜୀବିତ ଛାତ୍ରଙ୍କୁ ମୃତ ଦର୍ଶାଇ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ କହି ଛୁଟି ନେଇଥିବା ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ମଉଗଞ୍ଜ ଜିଲ୍ଲାରେ।
ଏହି ଶିକ୍ଷକଙ୍କ ନାଁ ହୀରାଲାଲ ପଟେଲ। ସେ ଚିଗ୍ରିକା ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ନିଯୁକ୍ତ ହୋଇଥିଲେ। ସେ ନଭେମ୍ବର ୨୭ ତାରିଖରେ ଛୁଟି ନେଇଥିଲେ।
ହୀରାଲାଲ ପଟେଲ ଉପସ୍ଥାନ ଖାତାରେ ଉଲ୍ଲେଖ କରିଥିଲେ ଯେ ତୃତୀୟ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ତାଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଇଥିଲେ। ତେଣୁ ସ୍କୁଲରେ ଉପସ୍ଥିତ ରହିପାରି ନଥିଲେ।
Also Read
ଉପସ୍ଥାନ ଖାତାରେ ଶିକ୍ଷକ ହୀରାଲା ପଟେଲ ଛୁଟି ପାଇଁ ଉଲ୍ଲେଖ କରିଥିବା କାରଣ ସଂପର୍କରେ କୌଣସି ସୂତ୍ରରୁ ଉକ୍ତ ଛାତ୍ରଙ୍କ ବାପା ଖବର ପାଇଥିଲେ। ସେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ପୁଅ ବଞ୍ଚିଛନ୍ତି ଓ ସୁସ୍ଥ ଅଛନ୍ତି।
ଅଭିଯୋଗ ପାଇବା ପରେ ମଉଗଞ୍ଜ ଜିଲ୍ଲାପାଳ ଅଜୟ ଶ୍ରୀବାସ୍ତବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକ ହୀରାଲାଲ ପଟେଲଙ୍କୁ ନିଲମ୍ବନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବସ୍ଙ୍କ ହ୍ୱାଟସଆପ୍ ମେସେଜ! କେମିତି ୧.୯୫ କୋଟି ଠକେଇରୁ ଅଳ୍ପକେ ବର୍ତ୍ତିଲା କମ୍ପାନୀ?
କେବଳ ମେସେଜଟି ଠିକ ନଥିଲା। ମେସେଜଟି ଏମଡିଙ୍କ ହ୍ୱାଟସଆପରୁ ଆସିଥିବା ସ୍ପଷ୍ଟ ଭାବେ ଦେଖାଯାଉଥିଲା। କାରଣ ତାଙ୍କ ଫଟୋ ଡିସପ୍ଲେ ସେକସନରେ ରହିଥିଲା।

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Health
ଭାରତର ୫୭% କର୍ପୋରେଟ କର୍ମଚାରୀଙ୍କ ଶରୀରରେ ଏହି ଭିଟାମିନର ଅଭାବ
ଗବେଷଣାରୁ ଜଣାପଡ଼ିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଗୁରୁତ୍ୱପୂର୍ଣ୍ଣ ଭିଟାମିନ ବି୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି।

Crime
ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?
ଘର ଭିତରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍କୁ ଗୋଟିଏ କଣ୍ଡମ ମିଳିଥିଲା।