Advertisment

ଆଊ ଶୁଭିବନି ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସୟାନିଙ୍କ ସ୍ୱର, ୯୧ରେ ଆଖି ବୁଜିଲେ

୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।

author-image
Niharika Rout
Ameen Sayani

Ameen Sayani

‘ନମସ୍କାର ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କ ଦୋସ୍ତ ଅମିନ ସୟାନି କହୁଛି। ’ ଗତ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡିଓ ଶ୍ରୋତାଙ୍କ ପାଇଁ ଜଣାଶୁଣା ଥିବା ଏହି ଭଏସ୍‌ ଆଉ ଶୁଣିବାକୁ ମିଳିବନି। ରେଡିଓ ଜଗତରେ ଏକ ଯୁଗର ଅବସାନ ଘଟିଲା।

Advertisment

ଦୀର୍ଘ ୬୦ ବର୍ଷ ଧରି ରେଡିଓ ଶ୍ରୋତାଙ୍କ ହୃଦୟରେ ରାଜ କରୁଥିବା ତଥା ରେଡିଓ ଜଗତର ବାଦଶାହ ପାଲଟି ଯାଇଥିବା ଅମିନ ସୟାନି ଆଉ ନାହାନ୍ତି। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ ଅମିନ ସୟାନିଙ୍କ ପୁଅ ରାଜୀବ ସୂଚନା ଦେଇଛନ୍ତି।

ଗତ ରାତିରେ ହଠାତ୍‌ ଅମିନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ହୃଦଘାତରେ ଅମିନ ସୟାନିଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ । ଅମିତ ସୟାନିଙ୍କ ଅନ୍ତିମ ସତ୍କାର ଆସନ୍ତାକାଲି ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

Advertisment

୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।

ଏହା ସହିତ ୨୦ରୁ ଅଧିକ ଜିଙ୍ଗଲ ଓ ବିଜ୍ଞାପନରେ ସ୍ୱର ଦେଇଥିଲେ ଅମିନ ସୟାନି। ୮୦ ଓ ୯୦ ଦଶକରେ ରେଡିଓ କହିଲେ ଏକ ପ୍ରକାର ଅମିନ ସାୟାନିଙ୍କୁ ବୁଝାଯାଉଥିଲା କହିଲେ ଭୁଲ୍ ହେବନି। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ।

ଏପରିକି ରେଡିଓର ଲୋକପ୍ରିୟତା ମଧ୍ୟ ଏଥିପାଇଁ ବଢ଼ିଥିଲା। ଶ୍ରୋତାଙ୍କ ଅନୁରୋଧରେ ଗୀତ ବଜାଇବା ସହିତ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ଅମିନ ସାୟାନିଙ୍କୁ ଲୋକପ୍ରିୟ କରିଥିଲା। ଏହି କାର୍ଯ୍ୟକ୍ରମ ୧୯୫୨ରୁ ୨୦୦୩ ଯାଏ ଚାଲିଥିଲା।

ରେଡିଓ ଦୁନିଆର ବାଦଶାହ ଅମିତ ସୟାନି ନିଜ କଥାର ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ। ଫଳରେ ସେ ଦଶନ୍ଧି ପରେ ଦଶନ୍ଧି ଶ୍ରୋତାଙ୍କ ହୃଦୟରେ ଘର କରି ରହିଥିଲେ। ରେଡିଓ ପ୍ରେଜେଣ୍ଟର ଭାବେ ସେ ନିଜ କ୍ୟାରିଅରର ଆରମ୍ଭ ଅଲ ଇଣ୍ଡିଆ ରେଡିଓ ମୁମ୍ବାଇରୁ ଆରମ୍ଭ କରିଥିଲେ। ସେଠାରେ ସେ ୧୦ ବର୍ଷ ପର୍ଯ୍ୟନ୍ତ ଇଲିଂଶ ପ୍ରୋଗ୍ରାମର ଭାବେ କାମ କଲେ। ଏହାପରେ ସମଗ୍ର ଦେଶରେ ଅଲ ଇଣ୍ଡିଆ ରେଡିଓକୁ ଲୋକପ୍ରିୟ କରାଇବାରେ ସେ ଗୁରୁ ଦାୟିତ୍ୱ ତୁଲାଇଥିଲେ।

Mumbai