Advertisment

ନିର୍ବାଚନ କମିଶନରଙ୍କୁ କିଏ ନିଯୁକ୍ତି କରିବେ, ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି।

author-image
Tapas Behera
ଅଦ୍ୟତନ ହୋଇଛି
undefined

Supreme Court

ନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳର ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ନିର୍ବାଚନ କମିସନର ସମସ୍ତ ସଦସ୍ୟ ନିଯୁକ୍ତ ହେବେ। ସମଗ୍ର ନିର୍ବାଚନକୁ ​​ତଦାରଖ କରୁଥିବା ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ହିଁ ବିରୋଧୀ ପକ୍ଷ ଏବଂ ନ୍ୟାୟପାଳିକାକୁ ନେଇ ଗଠିତ କମିଟିର ପରାମର୍ଶରେ ହିଁ ନଯୁକ୍ତି ହେବେ। ଜଷ୍ଟିସ କେଏମ ଜୋସେଫଙ୍କ ଦ୍ୱାରା ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ପ୍ରମୁଖ ଅଛନ୍ତି। ରହିଛନ୍ତି। ଏହି ସାମ୍ବିଧାନିକ ବେଞ୍ଚ କହିଛନ୍ତି ଯେ, ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ଉଚିତ । ଏହାର ଶୁଦ୍ଧତା ବଜାୟ ରଖିବା ହିଁ ଭାରତ ନିର୍ବାଚନ ଆୟୋଗଙ୍କର ମୁଖ୍ୟ ଦାୟିତ୍ୱ । ନଚେତ୍ ଗଣତନ୍ତ୍ରରେ ବିପର୍ଯ୍ୟସ୍ତ ପରିଣାମ ଭୋଗିବାକୁ ପଡ଼ିପାରେ।

Advertisment

ଜଷ୍ଟିସ ଜୋସେଫ କହିଛନ୍ତି ଯେ, ନିର୍ବାଚନ ଆୟୋଗରେ କମିଶନର ନିଯୁକ୍ତ କରିବାର ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ। କିନ୍ତୁ ତାଙ୍କର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ପ୍ରଧାନ ବିଚାରପତିଙ୍କର ଏକ ମିଳିତ କମିଟି ଦ୍ୱାରା କରାଯିବ। ସେ ଆହୁରି କହିଛନ୍ତି ଯେ, ସଂସଦ ଏହି ବ୍ୟାପାରରେ କୌଣସି ନୂତନ ଆଇନ ପ୍ରଣୟନ ନ କରିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ। କମିସନ୍ ସମ୍ବିଧାନର ନିୟମ ଓ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ସଂପାଦନ କରିବା ଆବଶ୍ୟକ।

ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ପାଇଁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି କୋର୍ଟ। ଗତ ବର୍ଷ ନଭେମ୍ବର ୨୪ ରେ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଥିଲେ।

Advertisment
Election