Advertisment

ପତ୍ନୀଙ୍କୁ ମିଳୁ ଜଏଣ୍ଟ ଆକାଉଣ୍ଟ ଓ ATM ସୁବିଧା: ସୁପ୍ରିମକୋର୍ଟ

ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ପୁରୁଷମାନଙ୍କୁ ଗୃହିଣୀମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି। ସ୍ତ୍ରୀକୁ ସ୍ୱାମୀ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ଆବଶ୍ୟକ। ଏକଥା ଆମେ କହୁନୁ, ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ପୁରୁଷମାନଙ୍କୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି। ସ୍ୱାମୀମାନେ ସ୍ତ୍ରୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ATM ସୁବିଧା ଯୋଗାଇ ଦେବା ଆବଶ୍ୟକ।

ପ୍ରକାଶ ଥାଉକି, ଏକ ମୁସଲିମ ଦମ୍ପତି ଛାଡ଼ପତ୍ର ପରେ ଭରଣ ପୋଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। CrPCର ଧାରା 125 ଅନୁସାରେ ତେଲାଙ୍ଗାନାର ଜଣେ ମହିଳା ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କଠାରୁ ଭରଣ ପୋଷଣ ଦାବି କରିଥିଲେ। 

Advertisment

ଏକ ପରିବାର ଅଦାଲତ ଏହି ଆବେଦନ ଉପରେ ବିଚାର କରି ଭରଣ ପୋଷଣ ବାବଦକୁ 20 ହଜାର ଟଙ୍କା ଦେବାକୁ ମହମ୍ମଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ସ୍ତ୍ରୀକୁ 10 ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା, ଯାହାକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ।

ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଛାଡ଼ପତ୍ର ପରେ ସ୍ୱାମୀମାନେ ସ୍ତ୍ରୀଙ୍କୁ ଭରଣ ପୋଷଣ ବାବଦକୁ ସହାୟତା କରିବା ପାଇଁ ବାଧ୍ୟ। CrPCର ଧାରା 125ରେ ଏହା ଉଲ୍ଲେଖ ରହିଛି।

କିନ୍ତୁ ଅବଦୁଲଙ୍କ ଓକିଲ ଯୁକ୍ତିବାଢ଼ି କହିଥିଲେ, ତଲାକକୁ ନେଇ ସଂରକ୍ଷଣ ଅଧିକାର ଆଇନ, 1986 ଅନୁସାରେ ଜଣେ ମୁସଲିମ ମହିଳା CrPC ଧାରା 125ର ଅଧିକାର ପାଇବା ପାଇଁ ଦାବି କରିପାରିବ ନାହିଁ। ଏମିତିରେ 1986 ଅଧିନିୟମ ମୁସଲିମ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ। 

ସର୍ବୋଚ୍ଚ ଅଦାଲତ ଏହି ଯୁକ୍ତିକୁ ଖଣ୍ଡନ କରି କହିଥିଲେ, ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ଭରଣ ପୋଷଣର ଅଧିକାର ପାଇଛନ୍ତି। ଧାରା 125 ସବୁ ଧର୍ମର ମହିଳାମାନଙ୍କୁ ଏହି ଅଧିକାର ଦେଇଛି।

ଜଷ୍ଟିସ ନାଗାରତ୍ନ କହିଛନ୍ତି ଯେ, ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ଆବଶ୍ୟକ। ସ୍ୱାମୀମାନେ ସ୍ତ୍ରୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ATM ସୁବିଧା ରଖିବା ବି ଦରକାର। 

Supreme Court Muslim Women Alimony Alimony After Divorce