Advertisment

‘ବନ୍ଦ’ ବୟାନକୁ ନେଇ ସୁପ୍ରିମକୋର୍ଟରେ ତୁଷାର ମେହେଟା ଓ କପିଲ ଶିବଲ କଥା କଟାକଟି

ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ମେହେଟା ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ନିର୍ବାଚନ ହେବ ବୋଲି କହିଛନ୍ତି। ତେବେ ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ସରକାର ନିର୍ଦ୍ଦିଷ୍ଟ ଭାବେ ତାରିଖ କହିବାକୁ ସକ୍ଷମ ନଥିବା କହିଛନ୍ତି।

author-image
Hemant Lenka
SC

SC

ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନର ଶୁଣାଣି ବେଳେ ଆଜି ସଲିସିଟର ଜେନେରାଲ ତୁଷାର ମେହେଟା ଓ ବରିଷ୍ଠ ଓକିଲ କପିଲ ଶିବଲଙ୍କ ମଧ୍ୟରେ ଜୋରାଦର ଯୁକ୍ତିତର୍କ ହୋଇଛି।

Advertisment

ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ମେହେଟା ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ନିର୍ବାଚନ ହେବ ବୋଲି କହିଛନ୍ତି। ତେବେ ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ସରକାର ନିର୍ଦ୍ଦିଷ୍ଟ ଭାବେ ତାରିଖ କହିବାକୁ ସକ୍ଷମ ନଥିବା କହିଛନ୍ତି।

ଆଜି ଶୁଣାଣିର ୧୩ତମ ଦିନରେ ତୁଷାର ମେହେଟା ନିଜର ପକ୍ଷ ରଖିଥିଲେ। ଏଥିସହ ଜମ୍ମୁ-କଶ୍ମୀରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାର ପ୍ରସ୍ତୁତ କରିଥିବା ତଥ୍ୟ ଉପସ୍ଥାପନ କରିଥିଲେ।

Advertisment

ପୂର୍ବ ଅପେକ୍ଷା ଜମ୍ମୁ-କଶ୍କୀର ସ୍ଥିତିରେ ସୁଧାର ଆସିଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି, “୨୦୧୮ରେ ଜମ୍ମୁ-କଶ୍ମୀରରେ ୫୨ଟି ଯୋଜନାବଦ୍ଧ ବନ୍ଦ ବା ବିକ୍ଷୋଭ କରାଯାଇଥିଲା। କିନ୍ତୁ ଏବେ ଏହା ଶୂନରେ ପହଞ୍ଚିଛି।” ତେବେ ତାଙ୍କର ଏପରି ବନ୍ଦ ବୟାନକୁ ଶିବଲ ଜୋରଦାର ବିରୋଧ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ଶିବଲ ବେଶ ତାଚ୍ଛଲ୍ୟ କରି କହିଥିଲେ ଯେ “ସେଠାରେ ବନ୍ଦ ଓ ଧାରଣା କେମିତି ହେବ? ଯଦି ୫୦ ହଜାର ଲୋକଙ୍କୁ ଗୃହ ବନ୍ଦୀ କରି ରଖାଯିବ ଓ ଧାରା ୧୪୪ ଧାରା ଲାଗୁ ହେବ, ତା’ହେଲେ କେମିତି ବନ୍ଦ ଓ ଧାରଣାରେ ଲୋକ ବସିବେ? ୫୦୦୦ ଲୋକଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।

ଗଣତନ୍ତ୍ରର ଧଜିଆ ଉଡ଼ାନ୍ତୁ ନାହିଁ। ଧାରା ୧୪୪ ଧାରା ଲାଗୁ କରାଯାଇଥିଲା ଓ ଇଣ୍ଟରନେଟକୁ ବନ୍ଦ କରି ଦିଆଯାଇଥିଲା। କୋର୍ଟ ଏସବୁକୁ ଦୃଷ୍ଟିକୁ ନେଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ଲୋକମାନେ ହସ୍ପିଟାଲ ବି ଯାଇ ପାରୁ ନଥିଲେ। ତେଣୁ ବନ୍ଦ କିମ୍ବା ଧାରଣା କେମିତି ହେବ?

କୋର୍ଟ ଗୋଟିଏ ରାୟରେ ଇଣ୍ଟରନେଟ ସେବା ବନ୍ଦ ଥିଲା ବୋଲି ଗ୍ରହଣ କରି ସାରିଛନ୍ତି। ତଥାପି ସେମାନେ କହୁଛନ୍ତି ସେଠାରେ କୌଣସି ପ୍ରକାରର ଶଟଡାଉନ ହୋଇ ନଥିଲା? ଲୋକମାନେ ହସ୍ପିଟାଲ ଯିବାକୁ ସକ୍ଷମ ହେଉ ନଥିବା ବେଳେ କେମିତି ବନ୍ଦ ପାଳନ କରିବେ? ସରକାର କେବଳ ସବୁ କିଛି ଭଲ ଅଛି ଓ ସରକାର ସବୁ ଭଲ କାମ କରିଥିବା ଦେଖାଇବାକୁ ଚାହୁଁଛନ୍ତି।”

ଏହାକୁ କାଉଣ୍ଟର କରିବା ପାଇଁ ମେହେଟା କହିଥିଲେ ଯେ ବିକାଶ କେବେ ହେଲେ ସମସ୍ୟା ସୃଷ୍ଟି କରି ନଥାଏ।

Jammu Kashmir Supreme Court