Advertisment

ରାଜ୍ୟର ରହିଛି ମଦ ଉପରେ ଆଇନ ପ୍ରଣୟନ ଅଧିକାର, ୩୪ ବର୍ଷର ପୁରୁଣା ରାୟ ଖାରଜ କଲେ ସୁପ୍ରିମକୋର୍ଟ

ଇଣ୍ଡଷ୍ଟ୍ରିୟାଲ୍‌ ଆଲକୋହଲ ସମେତ ସମସ୍ତ ପ୍ରକାର ଆଲକୋହଲକୁ ନେଇ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି ଓ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ। ୩୪ ବର୍ଷର ପୁରୁଣା ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Supreme Court of India

ସୁପ୍ରିମକୋର୍ଟ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ମଦ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି ଓ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କହି ସୁପ୍ରିମକୋର୍ଟ ୩୪ ବର୍ଷର ପୁରୁଣା ରାୟକୁ ଖାରଜ କରିଛନ୍ତି। ସିନ୍ଥେଟିକ୍ସ ଓ କେମିକାଲ୍ସ ମାମଲାରେ ୧୯୯୦ ମସିହାରେ ୭ ଜଣିଆ ସାମ୍ବିଧାନିକ ବେଞ୍ଚ କେନ୍ଦ୍ର ସପକ୍ଷରେ ଯେଉଁ ରାୟ ଶୁଣାଇଥିଲେ, ତାହାକୁ ବୁଧବାର ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୮:୧ ସଂ୍ୟାଗରିଷ୍ଠତାରେ ରଦ୍ଦ କରିଦେଇଛି।

Advertisment

ଏହି ମାମଲାର ପୂର୍ବ ଶୁଣାଣି ଚଳିତବର୍ଷ ଏପ୍ରିଲ ୧୮ ତାରିଖରେ ହୋଇଥିଲା। ସେହି ସମୟରେ ସାମ୍ବିଧାନିକ ଖଣ୍ଡପୀଠ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲା। ଏଥର ୬ ଦିନର ମାରାଥନ ଶୁଣାଣି ପରେ ବୁଧବାର ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଦେଇଥିବା ବେଞ୍ଚରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ୍ ହୃଷିକେଶ ରାୟ, ଜଷ୍ଟିସ୍ ଅଭୟ ଏସ୍ ଓକ୍, ଜଷ୍ଟିସ୍ ବି.ଭି ନାଗରତ୍ନା, ଜଷ୍ଟିସ୍ ଜେ.ବି ପାରଦୀୱାଲା, ଜଷ୍ଟିସ୍ ମନୋଜ ମିଶ୍ର, ଜଷ୍ଟିସ୍ ଉଜ୍ୱଲ ଭୂୟାଁ, ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ରହିଥିଲେ। କେବଳ ଜଷ୍ଟିସ୍ ବି.ଭି ନାଗରତ୍ନା ଭିନ୍ନମତ ବ୍ୟକ୍ତ କରିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ବହୁମତ ନିଷ୍ପତ୍ତି ଶୁଣାଇଥିଲେ।

ଆଜିର ଏହି ରାୟ ପ୍ରଦାନ କରି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, 'ଇଣ୍ଡଷ୍ଟ୍ରିୟାଲ୍‌ ଆଲକୋହଲ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟଠାରୁ ଛଡ଼ାଇ ନିଆଯାଇପାରିବ ନାହିଁ। ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲର ଉତ୍ପାଦନ ଏବଂ ଯୋଗାଣ ସଂପର୍କରେ ମଧ୍ୟ ନିୟମ ପ୍ରସ୍ତୁତ କରିବାର ଅଧିକାର ରାଜ୍ୟଗୁଡ଼ିକର ଅଛି।' ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଗ୍ରାହକମାନେ ଖାଉଥିବା ମଦ ସହିତ ଜଡ଼ିତ ଆଇନଗତ କ୍ଷମତା ମଧ୍ୟ ରାଜ୍ୟଗୁଡ଼ିକର ରହିଛି। ଇଣ୍ଡଷ୍ଟ୍ରିୟାଲ ଆଲକୋହଲକୁ ମଧ୍ୟ ନିୟନ୍ତ୍ରଣ କରିବାର ଅଧିକାର ରାଜ୍ୟମାନଙ୍କର ରହିବା ଉଚିତ, କାରଣ ଏହା ମଧ୍ୟ ମଦ ପର୍ଯ୍ୟାୟଭୁକ୍ତ। ସୁପ୍ରିମ କୋର୍ଟଙ୍କର ଏହି ଆଦେଶ ଅନୁସାରେ ସମସ୍ତ ରାଜ୍ୟ ବିଭିନ୍ନ ପ୍ରକାର ଆଲକୋହଲ ଅଥବା ମଦ ଉତ୍ପାଦନ ଓ ବିପଣନ ଉପରେ ନିୟନ୍ତ୍ରଣ ଜାରି କରିପାରିବେ। 

Advertisment
Supreme Court Industrial Liquor