Advertisment

କ’ଣ ଭାରତ ଧର୍ମନିରପେକ୍ଷ ରହୁ ବୋଲି ଚାହୁଁ ନାହାନ୍ତି? କାହିଁକି ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ହଟାଇବା ପାଇଁ ହୋଇଛି ପିଆଇଏଲ।

SC

SC

Advertisment

ପୁଣିଥରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଧର୍ମନିରପେକ୍ଷତା ଦୀର୍ଘ ସମୟ ଧରି ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହି ଆସିଛି। ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ହଟାଇବା ପାଇଁ ହୋଇଥିବା ପିଆଇଏଲର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।

Advertisment

ଜଷ୍ଟିସ ସଞ୍ଜୀବ ଖାନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଆଏଲର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ଖାନା ଆବେଦନକାରୀଙ୍କୁ ପଚାରିଛନ୍ତି ଯେ “କ’ଣ ଆପଣ ଭାରତ ଧର୍ମନିରପେକ୍ଷ ରହୁ ବୋଲି ଚାହୁଁ ନାହାନ୍ତି?”

ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ସମାଜବାଦକୁ ଅନାବଶ୍ୟକ ଭାବେ ପଶ୍ଚିମ ଦେଶର ଅର୍ଥ ଆଧାରରେ ଉପସ୍ଥାପନ କରା ନଯାଉ। ଏହି ଶବ୍ଦର ଅର୍ଥକୁ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ସୂଚାଉଛି। ଏହାକୁ ଏହି ଅର୍ଥରେ ସମସ୍ତେ ବିଚାର କରନ୍ତୁ।

Advertisment

ଜଷ୍ଟିସ ଖାନା କହିଛନ୍ତି, “ଏହି କୋର୍ଟରେ ଏମିତି ଅନେକ ରାୟ ରହିଛି ଯାହା ଦର୍ଶାଉଛି ଯେ ଧର୍ମନିରପେକ୍ଷତା ସବୁବେଳେ ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶବିଶେଷ ହୋଇ ରହିଥିଲା ଓ ରହିଛି। ଯଦି ଜଣେ ସମାନତା ଅଧିକାର, ସମ୍ବିଧାନରେ ଉଲ୍ଲେଖ ଭାଇଚାର ଓ ସମ୍ବିଧାନର ତୃତୀୟ ଭାଗରେ ରହିଥିବା ସବୁ ମୌଳିକ ଅଧିକାରକୁ ତର୍ଜମା କରିବ, ତା’ହେଲେ ସେଥିରୁ ସ୍ପଷ୍ଟ ଭାବେ ସଙ୍କେତ ମିଳିବ ଯେ ଧର୍ମନିରପେକ୍ଷ ସମ୍ବିଧାନର ମୌଳିକ ଢାଞ୍ଚାରେ ରହିଛି।”

ଜଷ୍ଟିସ ଖାନା ଆହୁରି କହିଛନ୍ତି ଯେ ଭାରତ ଫ୍ରେଞ୍ଚ ମଡେଲ ଧର୍ମନିରପେକ୍ଷତାକୁ ଆପଣାଇ ନାହିଁ। ଭାରତ ଧର୍ମନିରପେକ୍ଷତାର ନୂଆ ମଡେଲକୁ ଗ୍ରହଣ କରିଛି।

ବରିଷ୍ଠ ବିଜେପି ନେତା ଡ. ସୁବ୍ରମଣିୟନ ସ୍ୱାମୀ ଓ ବଳରାମ ସିଂହ ନାମକ ଜଣେ ବ୍ୟକ୍ତି ଭାରତୀୟ ସମ୍ବିଧାନର ୪୨ତମ ସଂଶୋଧନକୁ ବିରୋଧ କରିଥିଲେ। ସମ୍ବିଧାନରେ ୪୨ତମ ସଂଶୋଧନ ଏମର୍ଜେନ୍ସି ସମୟରେ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱାଧୀନ ସରକାର କରିଥିଲେ। ତେଣୁ ଏହାକୁ ଚ୍ୟାଲେଞ୍ଜ କରାଯାଇଛି।

ଖଣ୍ଡପୀଠଙ୍କ ମତ ଉପରେ ଜବାବ ରଖି ଓକିଲ ଜୈନ କହିଛନ୍ତି ଯେ “ଭାରତ ଧର୍ମନିରପେକ୍ଷ ନୁହେଁ ବୋଲି ଆମେ କହୁ ନାହୁଁ। ଆମେ ସଂଶୋଧନକୁ ଚ୍ୟାଲେଞ୍ଜ କରୁଛୁ। ଡ. ଭୀମରାଓ ରାମଜୀ ଆମ୍ବେଦକର ଏକଦା ଇଙ୍ଗିତ କରିଥିଲ ଯେ ସମାଜବାଦ ଶବ୍ଦକୁ ସମ୍ବିଧାନରେ ସାମିଲ କରାଗଲେ, ଏହା ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ କ୍ଷୁଣ୍ଣ କରିବ।”

ଏହା ଶୁଣି ଜଷ୍ଟିସ ଖାନା କହିଥିଲେ, “ସମାଜବାଦର ଅର୍ଥ ସମସ୍ତଙ୍କୁ ସମାନ ସୁଯୋଗ ଓ ଦେଶର ସମ୍ପତ୍ତି ସମସ୍ତଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବାକୁ ସୂଚାଉଛି। ଏହାର ପଶ୍ଚିମାଭିମୁଖ୍ୟ ଅର୍ଥକୁ ବିଚାର କରା ନ ଯାଉ।”

ତେବେ ଏହା ଉପରେ ଅଧିକ ତର୍ଜମା କରିବା ପାଇଁ ସୁପ୍ରିମକୋର୍ଟ ରାଜି ହେବା ସହ ନଭେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe