ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗରିଫଦାରି ପ୍ରତିଦାବରେ ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଜେପି ଏହି ବନ୍ଦଡାକରା ଦେଇଥିବାବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଏଥିରେ ସାମିଲ ହୋଇଛନ୍ତି ।
ସକାଳ ୬ଟାରୁ ଏହି ବନ୍ଦଡାକରା ଦିଆଯାଇଛି । ସ୍କୁଲ, କଲେଜ୍, ଦୋକାନ ବଜାର, ଅଫିସ, କୋର୍ଟ କଚେରୀ, ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ବିଜେପି ପକ୍ଷରୁ କହାଯାଇଛି । ଗତକାଲି ସନ୍ଧ୍ୟାରେ ବିଜେପି ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା ।
ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ, କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟେମ ଏବଂ ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୟନାରାୟଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଜାମିନ ନାମଞ୍ଚର ହେବାରୁ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା
ପୁଲିସ୍ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା।
National
ଉତ୍ସବ ମଝିରେ ପାଗଳ ହେଲା ହାତୀ, ୨୦ ଆହତ
ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ।
National
ବର-କନ୍ୟା ପୋଷାକ ପିନ୍ଧି ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳିଲେ, ସକାଳୁ ଜୀବନ ହାରିଦେଲେ
ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍ ଉଦ୍ଧାର କରିଛି।
National
ବିଶ୍ୱର ଉଚ୍ଚ ରେଲୱେ ବ୍ରିଜରେ ଗଡ଼ିଲା ସ୍ପିଡ୍ ଟ୍ରେନ୍
ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର।
National
ଦିଲ୍ଲୀ ସିଏମ୍ ହାଉସ୍କୁ ନେଇ ବିବାଦ, ଆପ୍ ନେତାଙ୍କୁ ଅଟକାଇଲା ପୁଲିସ
ଆମ୍ ଆଦମୀ ପାର୍ଟିର ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।