ଭୁବନେଶ୍ୱର: ପୁରୀ-ଡେଲାଙ୍ଗ ରେଳ ଷ୍ଟେସନରେ ଟ୍ରେନ ପୋଡି ଓ ଭଙ୍ଗାରୁଜା ଘଟଣାରେ ୫୦ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସମସ୍ତ ଲୋକ ସ୍ଥାନୀୟ ସାନଗୁହାଳିପଡା ଗାଁର ବାସିନ୍ଦା। ଶୁକ୍ରବାର ଦିନ ରାତି ୮ଟାରେ ଟ୍ରେନରୁ ପଡି ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା।
ସ୍ଥାନୀୟ ଲୋକେ ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନର ଗୋଟଏ ବଗିରେ ନିଅାଁ ଲଗାଇ ଦେଇଥିଲେ।ଉତ୍ୟକ୍ତ ଲୋକେ ଷ୍ଟେସନରେ ଥିବା କମ୍ପ୍ୟଟର, ପ୍ରିଣ୍ଟର, ଫ୍ୟାନ୍, ଝରକା, କବାଟ ଓ ଟିକଟ କାଉଁଣ୍ଟରକୁ ଭାଙ୍ଗି ଦେଇଥିଲେ। ଉତ୍ତେଜନା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏହି ଲଙ୍କାକାଣ୍ଡ ଘଟାଇଥିବା ଉତ୍ୟକ୍ତ ଲୋକଙ୍କ ବିରୋଧରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ପୋଲିସ ଡିଜି କହିଥଲେ।ଏହିଦିନ ଷ୍ଟେସନରେ ପୁରୀ-ବଲବିଲ ଓ ପୁରୀ-ହୱାଡା ଏକ୍ସପ୍ରେସ ସହ ଅନ୍ୟ କେତେକ ଟ୍ରେନ ଦୀର୍ଘ ସମୟଧରି ଅଟକି ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

Politics
ଅଡ଼ୁଆରେ କିସ୍ : ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳ ଦେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ ।

Politics
ଆକ୍ସନମୋଡରେ ଏନଏଚଆରସି: କିଟ୍ ଅବହେଳା ପାଇଁ ନେପାଳୀ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା, ମୁଖ୍ୟ ସଚିବ-ନାକ୍-ୟୁଜିସିକୁ ମାଗିଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
ଆୟୋଗ ମାର୍ଚ୍ଚ ୨୭ତାରିଖରେ ୪ସପ୍ତାହସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ କରିଥିବା କହିଛନ୍ତି ।

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Politics
ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ
କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।