ପାରାଦୀପ ଗୁଳିକାଣ୍ଡ ଘଟଣା: ୬ ଗିରଫ, ଗୋଟିଏ ମାଉଜର ୨ଟି ଅଫୁଟା ଗୁଳି ଜବତ

ପାରାଦୀପ: ପୁରୁଣା କୋଷ୍ଟଗାର୍ଡ କାର୍ଯ୍ୟାଳୟ ନିକଟରେ ଗତ ଜୁନ୍ ୨୨ ତାରିଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆଜି ପାରାଦୀପ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୬ଜଣା ଅଭିଯୁକ୍ତଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂପୁର ବାଲିକୁଦା ଅଞ୍ଚଳର ପ୍ରଶାନ୍ତ କୁମାର ସ୍ୱାଇଁ, କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ସଞ୍ଜୟ କୁମାର ସାମଲ ଓ ବାବନ ଓରଫ ସର୍ବେଶ୍ୱର ସାମଲ, କେନ୍ଦ୍ରପଡା ସଦର ଅଞ୍ଚଳର […]

paradip

paradip

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 01:26 PM IST

Sports

Latest News

ପାରାଦୀପ: ପୁରୁଣା କୋଷ୍ଟଗାର୍ଡ କାର୍ଯ୍ୟାଳୟ ନିକଟରେ ଗତ ଜୁନ୍ ୨୨ ତାରିଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆଜି ପାରାଦୀପ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୬ଜଣା ଅଭିଯୁକ୍ତଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂପୁର ବାଲିକୁଦା ଅଞ୍ଚଳର ପ୍ରଶାନ୍ତ କୁମାର ସ୍ୱାଇଁ, କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ସଞ୍ଜୟ କୁମାର ସାମଲ ଓ ବାବନ ଓରଫ ସର୍ବେଶ୍ୱର ସାମଲ, କେନ୍ଦ୍ରପଡା ସଦର ଅଞ୍ଚଳର ଜୟୀ ଓରଫ ଜୟନ୍ତ ଖଟୁଆ, ପୁରୀ କାକଟପୁର ଅଞ୍ଚଳର ଫିରୋଜ ଓରଫ ମିଲନ ସ୍ୱାଇଁ ଓ ପୁରୀ ଗଡିଶଗଡ ଅଞ୍ଚଳର ଲଳିତ ଭୁଜବଳ। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଗୋଟିଏ ମାଉଜର ଓ ୨ଟି ଅଫୁଟା ଗୁଳି ଜବତ କରିଛି । ଏହି ଘଟଣାର ତଦନ୍ତ  ପାଇଁ ଜଗତସିଂପୁର ଏସପିଙ୍କ ନିଦ୍ଦେର୍ଶ କ୍ରମେ ଏସଡିପିଓ ଭବାନୀ ଶଙ୍କର ମିଶ୍ରଙ୍କ ନେତୃତୱରେ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ।

ମିଳିଥିବା ସୂଚନା ମୁତାବକ ଗୁଳିକାଣ୍ଡ ବ୍ୟବସାୟୀକ ଶତ୍ରୁତା ଯୋଗୁ ହୋଇଥଲା ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଲଳିତ ସହ ବ୍ୟବସାୟୀ ମାନସ ପାତ୍ରଙ୍କର ବ୍ୟକ୍ତିଗତ ଶତ୍ରୁତା ଥିଲା। ଘଟଣା ଦିନ ମାନସଙ୍କୁ ଟାର୍ଗେଟ୍ କରି ଗୁଳି କରାଯାଇଥିଲା । ମାତ୍ର ଗୁଳିଟି ମାନସଙ୍କ ଦେହରେ ନ ବାଜି ଜନ୍ ବେଉରିଆଙ୍କ ଠାରେ ବାଜିଥିଲା। ଗୁରୁତର ଆହାତ ଅବସ୍ଥାରେ ଜନଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି, ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଭବାନୀ ଶଙ୍କର ମିଶ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos