ବର୍ଦ୍ଧିତ ବିଦୁ୍ୟତ ଶୁଳ୍କ: ରିଭୁ୍ୟ ପିଟିସନ ଦାଖଲ କଲେ ସରକାର

ଭୁବନେଶ୍ୱର: କୃଷି ସମ୍ପର୍କିତ ବର୍ଦ୍ଧିତ ବିଦୁ୍ୟତ ଶୁଳ୍କ ପୁନର୍ବିଚାର ପାଇଁ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ବା ଓଇଆରସି ପାଖରେ ରିଭୁ୍ୟ ପିଟିସନ ଫାଇଲ କରିଛି ଶକ୍ତି ବିଭାଗ। କୃଷି କ୍ଷେତ୍ରରେ ୟୁନିଟ୍ ପିଛା ୪୦ ପଇସା ବର୍ଦ୍ଧିତ ବିଦୁ୍ୟତ ଦେୟ ହ୍ରାସ କରିବା ପାଇଁ ସରକାର ଓଇଆରସିକୁ ଅନୁରୋଧ କରିଛନ୍ତି। ଗତମାସରେ ସରକାର ବିଦୁ୍ୟତ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ସବୁ ଶ୍ରେଣୀର ଉପଭୋକ୍ତାଙ୍କ କ୍ଷେତ୍ରରେ ଏହା ବୃଦ୍ଧି କରାଯାଇଥିଲା। ତେବେ କୃଷି କ୍ଷେତ୍ରରେ ଦେୟ […]

electric

electric

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 10:14 AM IST

Sports

Latest News

ଭୁବନେଶ୍ୱର: କୃଷି ସମ୍ପର୍କିତ ବର୍ଦ୍ଧିତ ବିଦୁ୍ୟତ ଶୁଳ୍କ ପୁନର୍ବିଚାର ପାଇଁ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ବା ଓଇଆରସି ପାଖରେ ରିଭୁ୍ୟ ପିଟିସନ ଫାଇଲ କରିଛି ଶକ୍ତି ବିଭାଗ। କୃଷି କ୍ଷେତ୍ରରେ ୟୁନିଟ୍ ପିଛା ୪୦ ପଇସା ବର୍ଦ୍ଧିତ ବିଦୁ୍ୟତ ଦେୟ ହ୍ରାସ କରିବା ପାଇଁ ସରକାର ଓଇଆରସିକୁ ଅନୁରୋଧ କରିଛନ୍ତି।

ଗତମାସରେ ସରକାର ବିଦୁ୍ୟତ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ସବୁ ଶ୍ରେଣୀର ଉପଭୋକ୍ତାଙ୍କ କ୍ଷେତ୍ରରେ ଏହା ବୃଦ୍ଧି କରାଯାଇଥିଲା। ତେବେ କୃଷି କ୍ଷେତ୍ରରେ ଦେୟ ବୃଦ୍ଧିର ପ୍ରତିବାଦରେ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲେଇଥିଲେ। ମାର୍ଚ୍ଚ ୩୦ରେ ବିଧାନସଭାରେ ଶକ୍ତିମନ୍ତ୍ରୀ ରିଭୁ୍ୟପିଟିସନ ଦାଖଲ ନେଇ ସୂଚନା ଦେବାପରେ ବିରୋଧୀ ଶାନ୍ତି ପଡିଥିଲେ । ତେବେ ବାହାରେ ବିରୋଧ ଜାରି ରହିଥିଲା।

ଅନ୍ୟପଟେ ବିଦୁ୍ୟତ ଶୁଳ୍କ ପ୍ରତ୍ୟାହାର ଓ ବିଦୁ୍ୟତ ବିତରଣ କମ୍ପାନୀଗୁଡିକର ସିଏଜି ଅଡିଟ୍ର ଦାବିରେ ବିଜେପିର ବିଶାଳ ଶୋଭାଯାତ୍ରା ଓ ଧାରଣା ଦିଆଯାଇଛି । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରି ସେସୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ସମୟ ଧରି ପୋଲିସ୍ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହାଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହାପରେ ଦଳୀୟ କର୍ମୀମାନେ ସେସୁ ଅଫିସ୍ ଆଗରେ ରାସ୍ତାରୋକ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos