ବଲାଙ୍ଗିର: ଯୁବତୀଙ୍କ ମୃତଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବରଗାଁ ନିକଟ ଏକ ଜମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୁବତୀଙ୍କୁ ହତ୍ୟା କରାଯିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ବଳାତ୍କାର କରାଯିବା ପରେ ପ୍ରମାଣ ନଷ୍ଟ ଲାଗି ହତ୍ୟା କରି ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ରିର୍ପୋଟ ଲେଖାଯିବା ପର୍ଯ୍ୟନ୍ତ ମୃତା ଯୁବତୀଙ୍କ ପରିଚୟ […]

xiaomi-mi5

xiaomi-mi5

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 10:23 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବରଗାଁ ନିକଟ ଏକ ଜମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୁବତୀଙ୍କୁ ହତ୍ୟା କରାଯିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ବଳାତ୍କାର କରାଯିବା ପରେ ପ୍ରମାଣ ନଷ୍ଟ ଲାଗି ହତ୍ୟା କରି ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ରିର୍ପୋଟ ଲେଖାଯିବା ପର୍ଯ୍ୟନ୍ତ ମୃତା ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ୫୯ ନମ୍ବର ଜାତୀୟ ରାଜପଥ (ବରଗଡ-ବରିଗୁମ୍ମା) ରାସ୍ତା ଅବରୋଧ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।Grabbed Frame 1

ଆଜି ସକାଳୁ ସ୍ଥାନୀୟ ଲୋକେ ବରଗାଁ ନିକଟ ଜମିରେ ଜଣେ ୧୭ରୁ ୧୮ ବର୍ଷୀୟା ଯୁବତୀର ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ମୃତଦେହ ନିକଟରେ ଏକ ଛୁରୀ, ପେଟୋଲ ଭର୍ତ୍ତି ହୋଇଥିବା ବୋତଲ, କିଛି ଅନ୍ତବସ୍ତ୍ର ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ଅଭିଯୁକ୍ତ ଯୁବତୀଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ପରିଚୟ ଜାଣିବାକୁ ନିକଟସ୍ଥ ଥାନାକୁ ସୂଚନା ଦିଆଯାଇଛି । ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସଇଁତଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,  କିଛିଦିନ ପୂର୍ବେ ଖପ୍ରାଖୋଲ ନିକଟ ସର୍ଗିପାଲି ଗାଁରେ ଜଣେ ଯୁବତୀକୁ ବଳାତ୍କାର କରି ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ଯୁବତୀଙ୍କୁ ହତ୍ୟା କରି ପୋଡିଦିଆଯିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos