ବିଜେପିରେ ଯୋଗ ଦେଲେ ଗିରିଧର ଗମାଙ୍ଗ

ଭୁବନେଶ୍ୱର: ଶିଶିରଙ୍କ ସହ ବିଧିବଦ୍ଧ ଭାବେ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି ଗିରିଧର ଗମାଙ୍ଗ। ସେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଭେଟି ଆଲୋଚନା କରିବା ପରେ ଏହି ଦଳରେ ସାମିଲ ହୋଇଛନ୍ତି। ଅମିତ ଶାହାଙ୍କୁ ଭେଟିବା ସମୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଗିରିଧର ଜଣେ ଟାଣୁଆ ଆଦିବାସୀ ନେତା ହୋଇଥିବାରୁ ବିଜେପି ତାଙ୍କୁ ଦଳରେ ନେଇ ଆଦିବାସୀ ଭୋଟରଙ୍କୁ ନିଜ […]

Giridhara

Giridhara

Rakesh Mallick
  • Published: Friday, 12 June 2015
  • Updated: 12 June 2015, 09:07 AM IST

Sports

Latest News

ଭୁବନେଶ୍ୱର: ଶିଶିରଙ୍କ ସହ ବିଧିବଦ୍ଧ ଭାବେ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି ଗିରିଧର ଗମାଙ୍ଗ। ସେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଭେଟି ଆଲୋଚନା କରିବା ପରେ ଏହି ଦଳରେ ସାମିଲ ହୋଇଛନ୍ତି। ଅମିତ ଶାହାଙ୍କୁ ଭେଟିବା ସମୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଗିରିଧର ଜଣେ ଟାଣୁଆ ଆଦିବାସୀ ନେତା ହୋଇଥିବାରୁ ବିଜେପି ତାଙ୍କୁ ଦଳରେ ନେଇ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଗିରିଧର ବିଜେପିରେ ଯୋଗ ଦେବା ଖବର ଜଣାପଡିବା ପରେ ବିଭିନ୍ନ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳୁଛି। ବିଜେପିରେ ଯୋଗଦେବା ପରେ ଗିରିଧର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା କୌଣସି କଳ୍ପନାଜଳ୍ପନା ନ ଥିଲା, ବାସ୍ତବତା ଥିଲା । ଲୋକମତ ଓ ନେତାମତ ମିଳିବା ପରେ ଆମେ ବିଜେପିରେ ଯୋଗ ଦେଇଛୁ । ଏ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ଏହା କଂଗ୍ରେସ ଉପରେ କିଛି ପ୍ରଭାବ ପକାଇବ ନାହିଁ । ସେ ପୂର୍ବରୁ ବିଜେପିରେ ଯୋଗଦେବାକୁ ପ୍ରୟାସ କରୁଥିଲେ । ଏବେ ବିଜେପି ସରକାର ଥିବାରୁ କେବଳ କ୍ଷମତା ଲୋଭରେ ଗିରିଧର ଓ ଶିଶିର ଏହି ଦଳରେ ଯୋଗଦେଇଛନ୍ତି ବୋଲି ବାହିନୀପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ବିଜେପି ନେତା ମନମୋହନ ସାମଲଙ୍କୁ ପଚରାଯିବାରେ ଏହା ତାଙ୍କ ଦଳ ଲାଗି ଭଲ ଖବର ବୋଲି କହିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ଗିରିଧରଙ୍କ ଯୋଗଦାନ ପରେ ବିଜେପିର ଶକ୍ତି ବୃଦ୍ଧି ହେବ । ବିଶେଷ କରି କୋରାପୁଟ ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଦଳ ସୁଦୃଢ ହେବ ବୋଲି ସେ ଜଣାଇଛନ୍ତି । ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କୁ ପଚରାଯିବାରେ ଗିରିଧର ଗମାଙ୍ଗ ସୁବିଧାବାଦୀ ରାଜନୀତି କରୁଥିବା କହିଛନ୍ତି । ସବୁ ବେଳେ ଧର୍ମ ନିରପେକ୍ଷ କଥା କହୁଥିବା ଓ କେନ୍ଦ୍ରରେ ବାଜପେୟୀ ସରକାରର ପତନ ଘଟାଇଥିବା ଗମାଙ୍ଗ କିପରି ସେହି ଦଳରେ ସାମିଲ ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।  କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଗିରିଧର ଜଣେ ଅନୁଭବି ବ୍ୟକ୍ତିତ୍ୱ । ଆଦିବାସୀ ଓ ଗରିବ ଲୋକଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । ଗିରିଧରଙ୍କ ବିଜେପିରେ ଯୋଗଦାନ ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ଏହା ଦଳ ଲାଗି ଲାଭ ଦାୟକ । ଗିରିଧରଙ୍କ ଯୋଗଦାନ ଯୋଗୁ ମୁଁ ବହୁତ ଆନନ୍ଦିତ । ତାଙ୍କ ଯୋଗଦାନ ଦଳକୁ ଆଗକୁ ବଢିବାରେ ସହଯୋଗ କରିବ । ବିଶେଷ କରି ଦକ୍ଷିଣ ଓଡିଶାରେ ଦଳ ଅଧିକ ସୁଦୃଢ ହେବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story