ପୁରୀ:ପୁରୀ ସହରରେ ଥିବା ବିପଦସଙ୍କୁଳ ଅବସ୍ଥାରେଥିବା ମଠ ଓ କୋଠାର ମରାମତି କର। କିମ୍ବା ସେଗୁଡିକୁ ଅବସ୍ଥା ଭଲ ନଥିଲେ ଭାଙ୍ଗି ଦିଅ। ଆଜି ଏହିପରି କଠୋର ନିର୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ।
ନବକଳେବର ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି। ପୁରୀ ସର୍କିଟ ହାଉସ ପରିସରରେ ବସିଥିବା ବୈଠକରେ ନବକବେର ସମୟରେ ପରିମଳ ବ୍ୟବସ୍ଥା, ଯାତ୍ରୀଙ୍କ ରହଣୀ ବ୍ୟବସ୍ଥା,ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ଯେଉଁ ମଠଗୁଡିକରେ ଯାତ୍ରୀଙ୍କ ରହିବା ବ୍ୟବସ୍ଥା ସହ ପ୍ରର୍ଯ୍ୟାପ୍ତ ପରିମାଣରେ ଟଏଲେଟ୍ ଓ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ମଠରେ ଏହସବୁ ବ୍ୟବସ୍ଥା ନାହିଁ ସେହିମଠଗୁଡିକୁ ନୋଟିସ୍ ଜାରି ହୋଇଛି।
ସେହିପରି ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ କୁହାଯାଇଛି। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ରହାତି ଦରରେ ଖାଦ୍ୟ ପଦାର୍ଥ,ରନ୍ଧନ ଗ୍ୟାସ, ଯୋଗାଇ ଦେବାକୁ ନିଖିଳ ଉକ୍ରଳ ମଠ ମହନ୍ତ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଏସଏଚଜିଙ୍କୁ ସୁରକ୍ଷା ଦେଇ ଅଡ଼ୁଆରେ ୨୪ ସିଡିପିଓ: ସପ୍ତାହସୁଦ୍ଧା ସ୍ପଷ୍ଟୀକରଣ ଦିଅ,ନଚେତ୍ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ସିଡିପିଓଙ୍କୁ ଗତ ଦୁଇ ଦିନ ତଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସ୍ପଷ୍ଟୀକରଣ ରଖିନାହିଁ ବୋଲି ପ୍ରଶ୍ନ କରିଛି ।

Politics
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ: କଂଗ୍ରେସର ୧୨ ବିଧାୟକ ଏକକାଳୀନ ନିଲମ୍ବିତ, ମୁହାଁମୁହିଁ ସ୍ଥିତି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ କଂଗ୍ରେସ ରାଜ୍ୟରେ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା । ବିଜେଡି ବିଧାୟକମାନେ ମଧ୍ୟ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି । ମାତ୍ର କଂଗ୍ରେସ ବିଧାୟକମାନେ ଘଣ୍ଟ, ତୁରୀ ଓ ହୁଇସିଲ୍ ବଜାଇ ପ୍ରତିବାଦ କରି ଗୃହ କାର୍ଯ୍ୟରେ କ୍ରମାଗତ ବାଧା ସୃଷ୍ଟି କରୁଥିଲେ ।

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।