ସୁବର୍ଣ୍ଣପୁର: ଦେଢଶୁରର ଟାଙ୍ଗିଆ ଚୋଟରେ ଭାଇବୋହୂ ମୃତ। ଏହି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କେନଝିରିଆପାଲି ଗାଁରେ । ବୁଧବାର ରାତିରେ ଘରୋଇ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଗାଁର ଜନକ ପଧାନ ଓ ଜଗତ ପଧାନଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ଜନକ ପଧାନ ଭାଇବୋହୂ ତ୍ରିବେଣୀ ଦଶମାସର ଶିଶୁପୁତ୍ରଙ୍କୁ ଧରି ଶୋଇଥିବା ସମୟରେ ଜନକ ହଠାତ ଏକ ଟାଙ୍ଗିଆରେ ତ୍ରିବେଣୀକୁ ଆକ୍ରମଣ କରିଥିଲା। ତେବେ ତ୍ରିବେଣୀର ପାଟିଶୁଣି ସ୍ୱାମୀ ଜଗତ ଏହାକୁ ପ୍ରତିବାଦ କରିଥିଲେ। ଜଗତ ଏବଂ ତାଙ୍କ ଦଶମାସର ଶିଶୁପୁତ୍ର ମଧ୍ୟ ଆହତ ହୋଇଛି।
ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।