ମେଗା ଆକ୍ୱାରିୟମ ପ୍ରକଳ୍ପର ନାଁ ଗନ୍ଧ ନାହିଁ, ରାଜ୍ୟ ରାଜକୋଷରୁ କୋଟିଏ ୨୦ ଲକ୍ଷ ଆତ୍ମସାତ୍

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ପ୍ରଥମେ ତତ୍କାଳିନ ବିଧାୟକ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋଟିଏ ପ୍ରକଳ୍ପ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇଛି। ୧୩ ବର୍ଷ ପୂର୍ବରୁ ପ୍ରକଳ୍ପ ପାଇଁ ରାଜକୋଷରୁ ଅର୍ଥ ମଧ୍ୟ ଦିଆଯାଇଛି। କିନ୍ତୁ ଆଜି ବି ପ୍ରକଳ୍ପ ଅଗ୍ରଗତିର ଟିକିଏ ବି ନାଁ ଗନ୍ଧ ଦିଶୁନି। ରାଜ୍ୟର ଧାର୍ମିକ ସହର ପୁରୀରେ ପ୍ରସ୍ତାବିତ ମେଗା ଆକ୍ୱାରିୟମ୍ ପ୍ରକଳ୍ପ ଏହାର ଜ୍ୱଳନ୍ତ ଛବି। ଏ ପ୍ରକଳ୍ପ ପାଇଁ ଓଟିଡିସି ରାଜ୍ୟ ରାଜକୋଷରୁ ୫ କୋଟି […]

navin

navin

Niranjan Mishra
  • Published: Sunday, 16 October 2022
  • Updated: 17 October 2022, 08:23 AM IST

Sports

Latest News

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ପ୍ରଥମେ ତତ୍କାଳିନ ବିଧାୟକ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋଟିଏ ପ୍ରକଳ୍ପ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇଛି। ୧୩ ବର୍ଷ ପୂର୍ବରୁ ପ୍ରକଳ୍ପ ପାଇଁ ରାଜକୋଷରୁ ଅର୍ଥ ମଧ୍ୟ ଦିଆଯାଇଛି। କିନ୍ତୁ ଆଜି ବି ପ୍ରକଳ୍ପ ଅଗ୍ରଗତିର ଟିକିଏ ବି ନାଁ ଗନ୍ଧ ଦିଶୁନି। ରାଜ୍ୟର ଧାର୍ମିକ ସହର ପୁରୀରେ ପ୍ରସ୍ତାବିତ ମେଗା ଆକ୍ୱାରିୟମ୍ ପ୍ରକଳ୍ପ ଏହାର ଜ୍ୱଳନ୍ତ ଛବି। ଏ ପ୍ରକଳ୍ପ ପାଇଁ ଓଟିଡିସି ରାଜ୍ୟ ରାଜକୋଷରୁ ୫ କୋଟି ଟଙ୍କା ଅସୁଲ କରି ନେଇଥିଲେ ବି ପ୍ରକଳ୍ପ ଲାଗି ଏଯାଏଁ ପଥରଟିଏ ପକାଇନଥିବା ଅଭିଯୋଗ ହୋଇଛି। ଏପଟେ ପ୍ରକଳ୍ପ ପାଇଁ ଯୋଜନା ଓ କାର୍ଯ୍ୟକାରୀତା ଦିଗ ପ୍ରତି ଦୃଷ୍ଟି ନଦେଇ ଓଟିଡିସି କାହିଁକି ଏତେ ଟଙ୍କା ନେଇଥିଲା, ସେ ନେଇ ବାରମ୍ବାର ଚିଠି ଲେଖୁଥିଲେ ବି ୧୩ ବର୍ଷ ଧରି ଚୁପ୍ ବସିଛି ପର୍ଯ୍ୟଟନ ବିଭାଗ। ଆଉ ଏଥିପାଇଁ ରାଜ୍ୟ ରାଜକୋଷ କୋଟିଏ ୨୦ ଲକ୍ଷର ସୁଧ ବି ହରାଇଥିବା ଦର୍ଶାଇଛି ଅର୍ଥ ବିଭାଗ। ତେଣୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ ଆସିଛି।

ସୂଚନା ମୁତାବକ, ପୁରୀରେ ପର୍ଯ୍ୟଟକଙ୍କୁ ଦୁବାଇ ଭଳି ଆକ୍ୱାରିୟମର ଅନୁଭୂତି ଦେବାକୁ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା। କାଚଘରେ ସାମୁଦ୍ରିକ ଜୀବ ରଖିବା ଭଳି ଏହି ପ୍ରକଳ୍ପ କରିବା ପାଇଁ ୨୦୦୯ରେ ଯୋଜନା କରିଥିଲେ ରାଜ୍ୟ ସରକାର। ସେହିବର୍ଷ ଜାନୁଆରି ୩୦ରେ ପୁରୀ ରେଳଷ୍ଟେଶନ ନିକଟ ତଥା ଅର୍ବାନ ହାଟ ସମ୍ମୁଖ ସ୍ଥାନରେ ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏ ପ୍ରକଳ୍ପ ନିର୍ମାଣ ପାଇଁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦେଇଥିଲା ଓଟିଡିସି। ଆକ୍ୱାରିୟମ ପ୍ରକଳ୍ପ ପାଇଁ ରାଜ୍ୟ ରାଜକୋଷରୁ ୨୦୦୯ରେ ୩ କୋଟି ଓ ୨୦୧୦ରେ ୨ କୋଟିକୁ ମିଶାଇ ମୋଟ ୫ କୋଟି ଟଙ୍କା ନେଇଥିଲା ଓଟିଡିସି। ପରେ ୨୦୧୫ରେ ପୁଣି ଏହି ସମାନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ବିଡ଼ମ୍ବନା ଦୁଇ ଦୁଇ ଥର ଶିଳାନ୍ୟାସ ଓ ୫ କୋଟି ଟଙ୍କା ଅସୁଲ ପରେ ବି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ପଥର ଖଣ୍ଡିଏ ବି ପଡ଼ିନି। ଆଜି ବି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଏହି ପ୍ରକଳ୍ପ ସ୍ଥାନ।

ଅନ୍ୟପଟେ ଏହାକୁ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗର ଓ ଓଟିଡିସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ। କିନ୍ତୁ ଅର୍ଥ ବିଭାଗକୁ ଏବାବଦରେ ପର୍ଯ୍ୟଟନ ବିଭାଗ ନା ଉତ୍ତର ଦେଉଛି ନା ୟୁସି। ଉଦ୍‌ବେଗର ବିଷୟ, ସେତେବେଳେ ପ୍ରକଳ୍ପ ପାଇଁ ଟଙ୍କା ନିହାତି ଆବଶ୍ୟକତା ନଥିଲେ ବି ଅନାବଶ୍ୟକ ଭାବେ ଓଟିଡିସି ଅର୍ଥ ଉଠାଣ କରିଛି। ତା’ସହ ଏହା ଓଟିଡିସିର ଆର୍ଥିକ ବିଶୃଙ୍ଖଳାକୁ ସ୍ପଷ୍ଟ ପ୍ରମାଣିତ ମଧ୍ୟ କରୁଥିବା ଦର୍ଶାଇଛି।

ଓଟିଡିସିର ଏହି ବିତ୍ତୀୟ ବିଶୃଙ୍ଖଳା ପାଇଁ ୨୦୧୩ ସୁଦ୍ଧା ରାଜ୍ୟ ତହବିଲ ୧ କୋଟି ୨୦ ଲକ୍ଷ ଟଙ୍କାର ସୁଧ ହରାଇଥିବା ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ। ସେହିଭଳି ପ୍ରକଳ୍ପର ଉଚିତ ଅନୁଶୀଳନ ଓ ବ୍ୟବସାୟିକ ଦିଗ ପ୍ରତି ଦୃଷ୍ଟି ଦେଇନଥିବାରୁ ପ୍ରକଳ୍ପକୁ ନେଇ ସନ୍ଦେହ ମଧ୍ୟ ରହିଥିବା ଅର୍ଥ ବିଭାଗ ଉଲ୍ଲେଖ କରିଛି।

ଏନେଇ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ସ୍ୱାଇଁ କହିଛନ୍ତି, ଏହି ପ୍ରକଳ୍ପ ନେଇ ପ୍ଲାନ୍ ତିଆରି କରିବାରେ ଆରକିଟେକ୍ ବିଳମ୍ବ କରିବାରୁ କାମରେ ବିଳମ୍ବ ହୋଇଛି।

ସେପଟେ ଏନେଇ କଣ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଏହି ପ୍ରକଳ୍ପ ନେଇ କେଉଁଠି ଟଙ୍କା ପଡ଼ି ରହିଛି ତାହାକୁ ସମୀକ୍ଷା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story