ଅନ୍ନ ମହୋତ୍ସବ ଭୋଜି ଖାଇ ଝାଡ଼ାବାନ୍ତି, ଜଣେ ମୃତ ଓ ଶତାଧିକ ଆକ୍ରାନ୍ତ

ଜଳେଶ୍ୱର(ଅଜିତ କୁମାର ଦାସ): ଅନ୍ନ ମହୋତ୍ସବ ଭୋଜି ଖାଇ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣକ ଗ୍ରାମର ପରେଶ ସାହୁଙ୍କ ପତ୍ନୀ ସଂଜୁଲତା ସାହୁ। ଆକ୍ରାନ୍ତ ଲୋକଙ୍କ ସୂଚନା ମୁତାବକ, ଗ୍ରାମର ସୁଜନ ଦାସଙ୍କ ଘରେ ଗତ ଶନିବାର ଅନ୍ନ ମହୋତ୍ସବ ହୋଇଥିଲା। ଗ୍ରାମର ଅଧିକାଂଶ ଲୋକ ନିମନ୍ତ୍ରଣ କ୍ରମେ ଏହି ଭୋଜି ଖାଇଥିଲେ। ଗତକାଲି ଅର୍ଥାତ୍ […]

death-2

  • Published: Monday, 01 August 2022
  • , Updated: 01 August 2022, 08:46 PM IST

ଜଳେଶ୍ୱର(ଅଜିତ କୁମାର ଦାସ): ଅନ୍ନ ମହୋତ୍ସବ ଭୋଜି ଖାଇ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣକ ଗ୍ରାମର ପରେଶ ସାହୁଙ୍କ ପତ୍ନୀ ସଂଜୁଲତା ସାହୁ।

ଆକ୍ରାନ୍ତ ଲୋକଙ୍କ ସୂଚନା ମୁତାବକ, ଗ୍ରାମର ସୁଜନ ଦାସଙ୍କ ଘରେ ଗତ ଶନିବାର ଅନ୍ନ ମହୋତ୍ସବ ହୋଇଥିଲା। ଗ୍ରାମର ଅଧିକାଂଶ ଲୋକ ନିମନ୍ତ୍ରଣ କ୍ରମେ ଏହି ଭୋଜି ଖାଇଥିଲେ। ଗତକାଲି ଅର୍ଥାତ୍ ରବିବାର ସୁଜନଙ୍କ ପୁଅ ବିବାହ ଉତ୍ସବ ଥିଲା। ଏହି ବିବାହ ଉତ୍ସବ ଭୋଜି କିନ୍ତୁ ଖୁବ୍ କମ୍ ଲୋକ ଖାଇଥିଲେ। ତେବେ ଗତକାଲିଠାରୁ ହିଁ ଭୋଜି ଖାଇଥିବା ଲୋକଙ୍କ ଭିତରୁ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ପଡ଼ିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଔଷଧ ଦୋକାନରୁ ଔଷଧ କିଣି ଖାଇଥିଲେ ହେଁ ଅନେକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏନେଇ ଗ୍ରାମର ଅଙ୍ଗନଓ୍ୱାଡି ଦିଦି ଓ ଆଶା ଦିଦି ଜାଣିବା ପରେ ସହାୟତା ନିମନ୍ତେ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଖବର ଦେଇଥିଲେ। ହେଲେ କେହି ଗ୍ରାମରେ ନ ପହଞ୍ଚିବାରୁ ଅଙ୍ଗନଓ୍ୱାଡି ଦିଦି ଓ ଆଶା ଦିଦି ସମସ୍ତ ଗୁରୁତର ଆକ୍ରାନ୍ତଙ୍କୁ ଜଳେଶ୍ୱରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଆଜି ଏହି ଡାକ୍ତରଖାନାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ୪୦ଜଣ ଭର୍ତ୍ତି ହେବା ପରେ ଆଲୋଚନା ବଢ଼ିଥିଲା। ଚିକିତ୍ସା ବେଳେ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସୁଦ୍ଧା ସୁସ୍ଥ ଅନୁଭବ କରୁଥିବା ରୋଗୀମାନଙ୍କୁ ଘରକୁ ଛାଡ଼ି ଦିଆଯିବା ପରେ ପ୍ରାୟ ୧୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଅନ୍ୟପଟେ ଏକ ଡାକ୍ତରୀ ଟିମ୍ ଦାରୁହା ଗାଁରେ ପହଞ୍ଚି ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ମଧ୍ୟ ଦେଇଛନ୍ତି। ଗ୍ରାମରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ବିଷାକ୍ତ ଖାଦ୍ୟ ଖାଇ କିମ୍ବା ବିଷାକ୍ତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୀଥିବା ସନ୍ଦେହ କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି।

Related story