ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ବନ୍ଧୁକ ଧରି ଘରେ ପଶିଲେ। ପରିବାର ଲୋକଙ୍କୁ ଧମକ ଚମକ ଦେଇ ଲୁଟି ନେଲେ। ଆଜି ଅପରାହ୍ନରେ ଏପରି ଲୁଟ୍‌ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଅପରାହ୍ଣ ସାଢ଼େ ୩ଟା ବେଳେ ମୋହନ ବଧାନ ନିଜ ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ […]

loot in kendujhar

loot in kendujhar

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 06:22 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ବନ୍ଧୁକ ଧରି ଘରେ ପଶିଲେ। ପରିବାର ଲୋକଙ୍କୁ ଧମକ ଚମକ ଦେଇ ଲୁଟି ନେଲେ। ଆଜି ଅପରାହ୍ନରେ ଏପରି ଲୁଟ୍‌ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଅପରାହ୍ଣ ସାଢ଼େ ୩ଟା ବେଳେ ମୋହନ ବଧାନ ନିଜ ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ବାଇକ୍‌ରେ ପିଛା କରୁଥିଲେ। ତେବେ ମୋହନ ଏହା ଜାଣିବା ପରେ ଗାଡ଼ିର ବେଗ ବଢ଼ାଇ ଘରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ମଧ୍ୟ ଥିଲେ ନଛୋଡ଼ବନ୍ଧା। ଆଉ ସେମାନେ ବି ପିଛା କରି ପହଞ୍ଚିଲେ ମୋହନଙ୍କ ଘରେ। ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଘରେ ପଶି ନଗଦ ୭ ଲକ୍ଷ ଟଙ୍କା ଓ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos