ତାତିଲାଣି ଓଡ଼ିଶା, ବଲାଙ୍ଗିର ଉତ୍ତପ୍ତ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଆଜି ୧୦ ଜିଲ୍ଲାର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୪୧.୭ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ଭାବେ ରହିଛି। ୪୦ ଡିଗ୍ରୀ ଉପରେ ଥିବା ସହର ଗୁଡ଼ିକ ହେଲା ବୌଦ୍ଧ ୪୧.୬, ଟିଟିଲାଗଡ଼ ୪୧.୫, ଅନୁଗୋଳ ୪୧.୩ ଡିଗ୍ରୀ, ସୋନପୁର ୪୦.୬, ଭବାନୀପାଟଣା ୪୦.୫ ଡିଗ୍ରୀ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୨ ଡିଗ୍ରୀ, ମାଲକାନଗିରି ଓ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ। ରାଜଧାନୀ […]

heat-wave-

heat-wave-

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 07:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଆଜି ୧୦ ଜିଲ୍ଲାର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୪୧.୭ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ଭାବେ ରହିଛି। ୪୦ ଡିଗ୍ରୀ ଉପରେ ଥିବା ସହର ଗୁଡ଼ିକ ହେଲା ବୌଦ୍ଧ ୪୧.୬, ଟିଟିଲାଗଡ଼ ୪୧.୫, ଅନୁଗୋଳ ୪୧.୩ ଡିଗ୍ରୀ, ସୋନପୁର ୪୦.୬, ଭବାନୀପାଟଣା ୪୦.୫ ଡିଗ୍ରୀ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୨ ଡିଗ୍ରୀ, ମାଲକାନଗିରି ଓ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ। ରାଜଧାନୀ ଭୁବନେଶ୍ୱରରେ ୩୭.୨ ଓ କଟକରେ ତାପମାତ୍ରା ୩୬.୨ ଡିଗ୍ରୀ ରହିଛି।

ସେହିପରି ବାଲେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ, ପାରାଦୀପରେ ୩୧.୭ ଡିଗ୍ରୀ, ଗୋପାଳପୁରରେ ୩୦.୭ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ବାରିପଦାରେ ୩୭.୦ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୯.୦ ଡିଗ୍ରୀ, ସମ୍ୱଲପୁରରେ ୩୯.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୯ ଡିଗ୍ରୀ, କୋରାପୁଟରେ ୩୫.୨ ଡିଗ୍ରୀ, ଫୁଲବାଣୀରେ ୩୯.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ଓ ରାୟଗଡ଼ାର ତାପମାତ୍ରା ୩୪.୦ ଡିଗ୍ରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos