ଜଳିଗଲା ୧୦ ବଖରା ଘର

କାମାକ୍ଷାନଗର (ରାକେଶ ଦେହୁରୀ): ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଆଜି ଭୋର ସମୟରେ ଗାଁର ନୃସିଂହ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଅନ୍ୟମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଥିଲା ଯେ ଲୋକେ ସେମାନଙ୍କର ପିନ୍ଧା ବସ୍ତ୍ରକୁ ଛାଡ଼ି ଦେଲେ ଘରୁ ଆଉ କିଛି ସୁରକ୍ଷିତ କାଢ଼ି ପାରିଲେ ନାହିଁ। […]

56

56

Jitendra Garnayak
  • Published: Thursday, 08 November 2018
  • Updated: 08 November 2018, 09:22 AM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ।

ଆଜି ଭୋର ସମୟରେ ଗାଁର ନୃସିଂହ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଅନ୍ୟମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଥିଲା ଯେ ଲୋକେ ସେମାନଙ୍କର ପିନ୍ଧା ବସ୍ତ୍ରକୁ ଛାଡ଼ି ଦେଲେ ଘରୁ ଆଉ କିଛି ସୁରକ୍ଷିତ କାଢ଼ି ପାରିଲେ ନାହିଁ।

780ସରକାର ତୁରନ୍ତ ସହାୟତା ଦେବାକୁ କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ଦାବି କରିଛନ୍ତି।

ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

78

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos