ଦିଲ୍ଲୀରେ ‘ଭାରତ ବଞ୍ଚାଅ’ ସମାବେଶରେ ଓଡ଼ିଶାରୁ ସାମିଲ ହେବେ ୧ ହଜାର କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ବିରୋଧ କରି ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦିଲ୍ଲୀରେ ଆସନ୍ତା ୧୪ତାରିଖରେ ହେବାକୁ ଥିବା ‘ଭାରତ ବଞ୍ଚାଅ’ ସମାବେଶରେ ଓଡ଼ିଶାରୁ ପ୍ରାୟ ୧ହଜାର କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିସିସି ସୂତ୍ରରୁ ମିଳିଥିବା ସୂଚା ଅନୁସାରେ, ଦିଲ୍ଲୀର ରାମଲୀଳ ମୈଦାନରେ ହେବାକୁ ଥିବା […]

congress.j---

Manoranjan Sial
  • Published: Monday, 02 December 2019
  • , Updated: 02 December 2019, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ବିରୋଧ କରି ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦିଲ୍ଲୀରେ ଆସନ୍ତା ୧୪ତାରିଖରେ ହେବାକୁ ଥିବା ‘ଭାରତ ବଞ୍ଚାଅ’ ସମାବେଶରେ ଓଡ଼ିଶାରୁ ପ୍ରାୟ ୧ହଜାର କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ପିସିସି ସୂତ୍ରରୁ ମିଳିଥିବା ସୂଚା ଅନୁସାରେ, ଦିଲ୍ଲୀର ରାମଲୀଳ ମୈଦାନରେ ହେବାକୁ ଥିବା ‘ଭାରତ ବଞ୍ଚାଅ ସମାବେଶ’ରେ ଓଡ଼ିଶାରୁ ପ୍ରାୟ ୧ହଜାର କଂଗ୍ରେସ କର୍ମୀ ଓ ନେତା ସାମିଲ ହେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ସମାବେଶରେ ସାମିଲ ହେବାକୁ ଚାହୁଁଥିବା କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ନିଜ ଖର୍ଚ୍ଚରେ ଦିଲ୍ଲୀ ଯିବା ପାଇଁ କୁହାଯାଇଛି। ଏଥିପାଇଁ ସେମାନେ ନିଜର ଭୋଟର ପରିଚୟ ପତ୍ର କିମ୍ବା ଆଧାର କାର୍ଡର ଜେରକ୍ସ କପି ସହ ଏକ ହଜାର ଟଙ୍କା କଂଗ୍ରେସ ଭବନରେ ଜମା କରିବେ। ୪ତାରିଖ ଅପରାହ୍ନ ୪ଟା ମଧ୍ୟରେ ଏହି ଟଙ୍କାକୁ ସମାବେଶ ଦାୟିତ୍ୱରେ ଥିବା ଚିନ୍ମୟ ସୁନ୍ଦର ଦାସ ଓ ପଦ୍ମାକର ଗୁରୁଙ୍କ ନିକଟରେ ଦାଖଲ କରି ଆବଶ୍ୟକ ରସିଦ୍ ଦେବା ପାଇଁ କଂଗ୍ରେସ ଭବନ ପକ୍ଷରୁ ସମସ୍ତଙ୍କୁ ସୂଚନା ଦିଆଯାଇଛି। କଂଗ୍ରେସର ସମସ୍ତ ନେତା ଓ କର୍ମୀମାନେ ଟ୍ରେନ୍ ଯୋଗେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି।

Related story