ହଇଜାରେ ଗଲାଣି ୧୧ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଇଜା ଯୋଗୁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଗଲାଣି। ହଇଜା ଯୋଗୁ କାଶୀପୁରରେ ୮ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାରେ ଜଣେ ଲେଖାଏଁ ହଇଜାରେ ମରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଶୀପୁରରେ ୧୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ କୋରାପୁଟରେ ୬୩, ନବରଙ୍ଗପୁରରେ ୩୮,  ସୋନପୁରରେ ୪୨, […]

di

  • Published: Wednesday, 27 July 2022
  • , Updated: 27 July 2022, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଇଜା ଯୋଗୁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଗଲାଣି। ହଇଜା ଯୋଗୁ କାଶୀପୁରରେ ୮ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାରେ ଜଣେ ଲେଖାଏଁ ହଇଜାରେ ମରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, କାଶୀପୁରରେ ୧୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ କୋରାପୁଟରେ ୬୩, ନବରଙ୍ଗପୁରରେ ୩୮,  ସୋନପୁରରେ ୪୨, ନୂଆପଡ଼ା ଜିଲ୍ଲାରେ ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହେଲେଣି।

ଡାଇରିଆରୁ ସୁସ୍ଥ ହେବା ପରେ ରୋଗୀଙ୍କୁ ୫ ଦିନ ଅବଜରଭେସନରେ ରଖାଯାଉଛି। ଡାଇରିଆପ୍ରବଣ ଏହି ୫ ଜିଲ୍ଲାରେ ମେଡ଼ିସିନ ଓ ମୋବାଇଲ ଟିମ ବ୍ୟବସ୍ଥା କରାଯାଇଛି । ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

କୋଭିଡ ସମ୍ପର୍କରେ ସେ କହିଛନ୍ତି, ଗତ କିଛି ଦିନ ହେଲା ରାଜ୍ୟରେ କୋଭିଡ ସ୍ଥିତି ପ୍ଲାଟୋ ଅବସ୍ଥାରେ ରହିଛି । କିନ୍ତୁ ହାରାହାରି ଦୈନିକ ସଂକ୍ରମଣ ହଜାରେ ୧୨୦୦ ପାଖାପାଖି ରହୁଛି। ଗତକାଲି ସଂକ୍ରମିତ ସଂଖ୍ୟା କିଛି କମିଥିଲା। ଚତୁର୍ଥ ଲହରରେ ଦିଲ୍ଲୀ, ତାମିଲନାଡ଼ୁ ଓ କେରଳ ଭଳି ରାଜ୍ୟରେ କୋଭିଡ ଉପରକୁ ଯାଇ କିଛିଦିନ ଫ୍ଲାଟ ରହି ତଳକୁ ଖସିଛି । କେହି ପିକକୁ ଯାଉନାହାନ୍ତି । ଏବେ ଆମେ ଫ୍ଲାଟ ସ୍ଥିତିରେ ରହିଛେ । ଆମର ବି ସଂକ୍ରମଣ ଖସିବ । କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related story