ଭୁବନେଶ୍ୱରରୁ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୧୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୨ କ୍ୱାରେଣ୍ଟାଇନ୍‌ରୁ ଓ ୪୯ ଲୋକାଲ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଇଗିଣିଆ ଆଳୁଗଦିରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମା ନୂଆସାହିରୁ ୫, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ ଜିଜିପି କଲୋନୀରୁ ୩, ଡୁମୁଡୁମା ଫେଜ୍‌-୩ରୁ ୩, ଆଇଆର୍‌ସି ଭିଲେଜରୁ ୬, ନୂଆପଲ୍ଲୀରୁ ୨, ମୈତ୍ରୀବିହାରରୁ ୨ […]

bmc

bmc

Manoranjan Sial
  • Published: Saturday, 25 July 2020
  • Updated: 25 July 2020, 03:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୧୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୨ କ୍ୱାରେଣ୍ଟାଇନ୍‌ରୁ ଓ ୪୯ ଲୋକାଲ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ଆଇଗିଣିଆ ଆଳୁଗଦିରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମା ନୂଆସାହିରୁ ୫, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ ଜିଜିପି କଲୋନୀରୁ ୩, ଡୁମୁଡୁମା ଫେଜ୍‌-୩ରୁ ୩, ଆଇଆର୍‌ସି ଭିଲେଜରୁ ୬, ନୂଆପଲ୍ଲୀରୁ ୨, ମୈତ୍ରୀବିହାରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ଆଉ ୨୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1286956576016801792?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୯୫୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos