ଜଳେଶ୍ୱର(ଅଜିତ୍ କୁମାର ଦାସ): ଚୋରା ଚାଲାଣ ବେଳେ ୧୧୧ଟି କଇଁଛ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଗୌରାଙ୍ଗ ମଣ୍ଡଳଙ୍କ ଘରୁ ଏହି କଇଁଛ ଗୁଡ଼ିକ ଜବତ କରାଯାଇଛି। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ବନବିଭାଗ ଚଢ଼ଉ କରିଥିଲା। ଏହି କଇଁଛଗୁଡ଼ିକୁ ଉଦ୍ଧାର କରିବା ପରେ ବନ ବିଭାଗ ନିଜ ହେପାଜତରେ ରଖିଛି।
ଅଭିଯୁକ୍ତ ଜଣକ କଇଁଛଗୁଡ଼ିକୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରୁଥିଲା। ଏହି ଘଟଣାରେ ପୁଲିସ ଗୌରାଙ୍ଗଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଆଗରୁ ମଧ୍ୟ ଏଭଳି କଇଁଛ ଚୋରାଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କଇଁଛଗୁଡ଼ିକ କାହିଁକି ଓ କେଉଁମାଧ୍ୟମରେ ଚୋରାଚାଲାଣ କରାଯାଉଥିଲା ତାହା ଜାଣିବାକୁ ଗୌରଙ୍ଗକୁ ପୁଲିସ ପଚରାଉଚରା କରିଛି।
ଏହି ଘଟଣା ପରେ ଜଳଶ୍ୱରରେ କଇଁଛ ଚୋରାଚାଲାଣ ରାକେଟ୍ ସକ୍ରିୟ ହୋଇଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।