କନ୍ଧମାଳ (ତ୍ରିନାଥ ସାହୁ): ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଜେପି ଏହାକୁ ସମର୍ଥନ ଜଣାଇଛି।
ସଂପୃକ୍ତ ନାବାଳିକାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି। ତାହା ସହିତ ଏ ଘଟଣାରେ ନିଷ୍କ୍ରିୟତା ପ୍ରଦର୍ଶନ କରିଥିବା ସମସ୍ତ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ବରଖାସ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। କାରଣ ଏ ଘଟଣାରେ କେବଳ ତଳତଳିଆ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅନ୍ୟପକ୍ଷରେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ବିଜେପି କନ୍ଧମାଳ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ଦାବି କରିଛି। ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ମଧ୍ୟ ଦଳ ଦାବି କରିଛି।