ଘାଟିରେ ଓଲଟିଲା ମିନି ଟ୍ରକ୍‌: ୧୨ ଆହତ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଘାଟିରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, ସକାଳେ ଲଇମୁରା-କୈଳାସ ଘାଟି ରାସ୍ତା ଦେଇ ଏକ ମିନି ଟ୍ରକ୍‌ ଦେବଗଡ଼ ଯାଉଥିଲା। ଏଥିରେ ଗଇଲୋ ଗ୍ରାମର ପ୍ରାୟ ୧୫ ଜଣ ଲୋକ ବସିଥିଲେ। ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିରେ ଥିବା ଏକ […]

minitruck

minitruck

Jitendra Garnayak
  • Published: Monday, 20 August 2018
  • Updated: 20 August 2018, 08:08 AM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଘାଟିରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁସାରେ, ସକାଳେ ଲଇମୁରା-କୈଳାସ ଘାଟି ରାସ୍ତା ଦେଇ ଏକ ମିନି ଟ୍ରକ୍‌ ଦେବଗଡ଼ ଯାଉଥିଲା। ଏଥିରେ ଗଇଲୋ ଗ୍ରାମର ପ୍ରାୟ ୧୫ ଜଣ ଲୋକ ବସିଥିଲେ।

ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିରେ ଥିବା ଏକ ଗାର୍ଡୱାଲ୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

ଆହତମାନଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୨୦୧୬ ଏପ୍ରିଲ ୧୬ରେ ଏହି ଘାଟିରେ ଏକ ଯାତ୍ରା ପାର୍ଟି ବସ୍ ଶହେ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣ କଳାକାରଙ୍କ ମୃତ୍ୟୁ ଘଟିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos