ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୮ ଜିଲ୍ଲାରୁ ୧୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୧୦୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୭, ୩୭୩ ସୁସ୍ଥ ହୋଇ ସାରିଲେଣି। ୧୦,୫୪୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
୧୨୧୫ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୪୬୨ଟି ହେଉଛି ଲୋକାଲ୍ କେସ୍।
ଉଭୟ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ତାଳ ଦେଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଉଭୟ ଜିଲ୍ଲାରେ ଏହି ସଂଖ୍ୟା ୩୦୦ ପାର୍ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୩୧୨ ଛୁଇଁଛି। ଏହାବ୍ୟତୀତ ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ଏହା ୭୭ରେ ପହଞ୍ଚିଛି।
ଅନୁଗୋଳରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୯, ବରଗଡ଼ରେ ୧୦, ଭଦ୍ରକରେ ୨, ବଲାଙ୍ଗିରରେ ୨୧, ବୌଦ୍ଧରେ ୨, କଟକରେ ୬୦, ଦେବଗଡ଼ରେ ୧, ଢେଙ୍କାନାଳରେ ୧, ଜଗତସିଂହପୁରରେ ୪୭, ଯାଜପୁରରେ ୨୦, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୮, କନ୍ଧମାଳରେ ୧୪, କେନ୍ଦ୍ରାପଡ଼ାରେ ୧୪, କୋରାପୁଟରେ ୭୩, ମାଲକାନଗିରିରେ ୧୪, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୨୪, ସୋନପୁରରେ ୨, ନୂଆପଡ଼ାରେ ୮, ପୁରୀରେ ୧୧, ରାୟଗଡ଼ାରେ ୨୪ ଓ ସୁନ୍ଦରଗଡ଼ରେ ୨ ଜଣ ଆକ୍ରାନ୍ତ ହୋଇଛନ୍ତି।
Covid-19 Report For 27th July
New Positive Cases: 1215
In Quarantine: 753
Local Contacts: 462(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21— I & PR Department, Odisha (@IPR_Odisha) July 28, 2020
6. Boudh: 2
7. Cuttack: 60
8. Deogarh: 1
9. Dhenkanal: 1
10. Gajapati: 89
11. Ganjam: 332
12. Jagatsinghpur: 47
13. Jajpur: 20
14. Jharsuguda: 2
15. Kalahandi: 8
16. Kandhamal: 14
17. Kendrapada: 14
18. Keonjhar: 77
19. Khurda: 312
20. Koraput: 73
21. Malkangiri: 14— I & PR Department, Odisha (@IPR_Odisha) July 28, 2020
22. Mayurbhanj: 22
23. Nayagarh: 7
24. Nuapada: 8
25. Puri: 11
26. Rayagada: 24
27. Sonepur: 2
28. Sundargarh: 2New Recoveries: 581
Cumulative Tested: 476560
Positive: 28107
Recovered: 17373
Active Cases: 10545— I & PR Department, Odisha (@IPR_Odisha) July 28, 2020
ଅନ୍ୟପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚି ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଅଛନ୍ତି। ଏଠାରେ କରୋନା ଯୋଗୁ ୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ରାଜ୍ୟରେ ଆହୁରି ୩୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।