OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା
କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ଟାଉନ୍ରୁ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନମେଣ୍ଟ ଜୋନରୁ ୩୨, ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ୧୧, ହୋମ୍ କ୍ୱାରେଣ୍ଟାଇନ୍ରୁ ୪୮ ଓ ଲୋକାଲ କଣ୍ଟାକ୍ଟ କେସ୍ ୩୧ ଅଛନ୍ତି। ତେବେ ଏମାନଙ୍କ ଭିତରେ ୧୬ ଜଣ ଯବାନ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ଟ୍ୱିଟ୍ କରିଛି।
#COVID19 update in Cuttack city (CMC area)
Out of the 177 new COVID-19 +ve cases reported today in #Cuttack district, 122 +ve cases belong to Cuttack city (CMC area).
Another 51 recoveries (7th & 8th August combined data) have been reported recently! pic.twitter.com/lD1z3XRMmf
— CMC,Cuttack (@CMCCuttack) August 9, 2020
ଆଜି କଟକ ଜିଲ୍ଲାରୁ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଟକ ଟାଉନ୍ରୁ ୧୨୨ ଜଣ ଅଛନ୍ତି। ସେମାନଙ୍କ ଭିତରୁ ଲଗୋଦାମ ଜଳୁଆ ସାହିରୁ ୨୪, ବେହେରାସାହିରୁ ୮ , OSAP ଷଷ୍ଠ ବାଟାଲିଅନରୁ ୧୬ ଯବାନ, ମାଛୁଆ ବଜାରରୁ ୭ ଓ ତେଲେଙ୍ଗା ବଜାରରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା କଟକ ଟାଉନ୍ରୁ ୧୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୮୪୪ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।