ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୧୨୩୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୩୦୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, ଜଗତସିଂହପୁରରୁ ୩୨, ସୁନ୍ଦରଗଡ଼ରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବୌଦ୍ଧରୁ ୯, ଝାରସୁଗୁଡ଼ାରୁ ୮, ନୟାଗଡ଼ରୁ ୬, କଟକରୁ ୩, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।
ରାଜ୍ୟ ସରକାରଙ୍କ କୋଭିଡ୍ ଟ୍ୱିଟ୍ରେ ଦୁଇ ଥର କେନ୍ଦ୍ରାପଡ଼ା ଲେଖାଯାଇଛି। ପ୍ରଥମେ ଲେଖାଯାଇଥିବା କେନ୍ଦ୍ରାପଡ଼ାରେ ୧୦ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଦ୍ୱିତୀୟ କେନ୍ଦ୍ରାପଡ଼ାରେ ଜଣେ ରୋଗୀ ସୁସ୍ଥ ହୋଇଥିବା ଲେଖାଯାଇଛି। ତେଣୁ ଏହି ନ୍ୟୁଜ୍କୁ ପଢ଼ୁଥିବା ବେଳେ କନ୍ଫ୍ୟୁଜନ୍ ହୁଅନ୍ତୁ ନାହିଁ। ସରକାର ତ୍ରୁଟି ସୁଧାରିଲେ ଆମେ ସେ ସମ୍ପର୍କରେ ସୂଚନା ଦେବୁ।
32 from Sundergarh
31 from Bhadrak
29 from Jajpur
28 from Gajapati
23 from Mayurbhanj
15 from Nabarangpur
14 from Puri
10 from Kendrapara
9 from Boudh
8 from Jharsuguda
6 from Nayagarh
3 from Cuttack
1 from Kendrapara— H & FW Dept Odisha (@HFWOdisha) August 10, 2020
ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୪୭୪୫୫ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩୦୨୦ ଜଣ ଅରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୫୧ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।