୩ ବର୍ଷରେ ୧୩୩ଟି ଖଣି ଚୋରି: କୋର୍ଟ କି ଥାନାରେ ନାହିଁ ଗୋଟିଏ ବି ମାମଲା, କିଏ ଦେଉଛି ପ୍ରଶ୍ରୟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରିୟାପ୍ରୀତି ତୋଷଣ ଯୋଗୁ ଓଡ଼ିଶାରେ ବେଧଡ଼କ ବେଆଇନ ଖଣି କରବାର ଚାଲିଛି । ମାତ୍ର ଏନେଇ ଥାନା କି କୋର୍ଟରେ ଗୋଟିଏ ବି ମାମଲା ରୁଜୁ ହେଉନି। ଅଥଚ ସରକାରୀ ରେକର୍ଡରେ ୨୩ଟି ଗାଡ଼ି ସିଜ୍ ହେବା ସହ ୧.୧୯ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଥିବାର ଉଲ୍ଲେଖ ରହିଛି। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୧୩୩ଟି ବେଆଇନ ଖଣି କାରବାର ମାମଲା ସମ୍ପର୍କରେ ଇଣ୍ଡିଆନ […]

Mines

Mines

Ordigital Desk
  • Published: Wednesday, 06 April 2022
  • Updated: 07 April 2022, 11:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରିୟାପ୍ରୀତି ତୋଷଣ ଯୋଗୁ ଓଡ଼ିଶାରେ ବେଧଡ଼କ ବେଆଇନ ଖଣି କରବାର ଚାଲିଛି । ମାତ୍ର ଏନେଇ ଥାନା କି କୋର୍ଟରେ ଗୋଟିଏ ବି ମାମଲା ରୁଜୁ ହେଉନି। ଅଥଚ ସରକାରୀ ରେକର୍ଡରେ ୨୩ଟି ଗାଡ଼ି ସିଜ୍ ହେବା ସହ ୧.୧୯ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଥିବାର ଉଲ୍ଲେଖ ରହିଛି। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୧୩୩ଟି ବେଆଇନ ଖଣି କାରବାର ମାମଲା ସମ୍ପର୍କରେ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ)କୁ ଖୋଦ୍ ରାଜ୍ୟ ସରକାର ଜଣାଇଥିଲେ ମଧ୍ୟ ଏହି ଖଣିଜ ସାମଗ୍ରୀ ଲୁଟ୍ ଅବା ବେଆଇନ ଖଣି କାରବାରରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାହିଁକି ମାମଲା ରୁଜୁ କରିନାହାନ୍ତି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଏମଏମଡିଆର ଆକ୍ଟ-୧୯୫୭ର ଧାରା ୨୩(ଗ) ଅନୁସାରେ ରାଜ୍ୟରେ ବେଆଇନ ଖଣି କାରବାର, ବେଆଇନ ଖଣିଜ ସାମଗ୍ରୀ ପରିବହନ ଓ ସଂରକ୍ଷଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ତେଣୁ ବେଆଇନ ଖଣି କାରବାର ମାମଲା ଉପରେ ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳ ଅଧୀନରେ ଆସୁଛି । ମାତ୍ର ରାଜ୍ୟର ଉଭୟ ବୃହତ୍ ଓ କ୍ଷୁଦ୍ର ଖଣିଜ ସାମଗ୍ରୀର ବେଆଇନ ଖନନ ସଂକ୍ରାନ୍ତରେ ଆଇବିଏମ୍ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ, ଓଡ଼ିଶାରେ ୨୦୧୯-୨୦ ମସିହାରେ ୧୬ଟି ,୨୦୨୦-୨୧ରେ ୧୮ଟି ଓ ୨୦୨୧-୨୨(୨୦୨୧ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ) ମୋଟ ୯୯ଟି ବେଆଇନ ଖଣି କାରବାର ମାମଲା ପଦାକୁ ଆସିଛି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଆଇବିଏମକୁ ରାଜ୍ୟ ସରକାର ନିଜେ ଏହି ତଥ୍ୟ ଦେଇଛନ୍ତି । କିନ୍ତୁ ପରିତାପର କଥା ଏହି ୩ବର୍ଷରେ ଏତେ ସଂଖ୍ୟକ ବେଆଇନ ଖଣି କାରବାର ସରକାରଙ୍କ ନଜରକୁ ଆସିଥିଲେ ମଧ୍ୟ ଥାନା କିମ୍ବା କୋର୍ଟରେ ଗୋଟିଏ ବି ମାମଲା ରୁଜୁ ନହେବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଯଦିଓ ଏହି ୩ବର୍ଷ ମଧ୍ୟରେ ଓଡ଼ିଶା ସରକାର ୨୩ଟି ଗାଡ଼ି ଜବତ କରିଛନ୍ତି ଓ ୧.୧୯କୋଟି ଟଙ୍କାର ଜୋରିମାନା ମଧ୍ୟ ଆଦାୟ ହୋଇଛି । କିନ୍ତୁ ୧୩୩ଟି ବେଆଇନ ଖଣି କାରବାର ମାମଲାରେ ଗୋଟିଏ ବି ପୁଲିସ୍ କି କୋର୍ଟ କେସ୍ ହୋଇନି । ଯଦିଓ ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲାରେ ଜଷ୍ଟିସ ଏମବି ଶାହା କମିଶନ ତାଙ୍କର ରିପୋର୍ଟରେ ରାଜ୍ୟ ପ୍ରଶାସନିକ କଳର ସହଯୋଗରେ ଖଣିଜ ସାମଗ୍ରୀ ଲୁଟ୍ ହୋଇଥିବା ନେଇ ସଙ୍କେତ ଦେଇଥିଲେ ଓ ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ, ମାତ୍ର ଦୀର୍ଘ ଗୋଟିଏ ଦଶନ୍ଧି ପରେ ବି ଓଡ଼ିଶା ସରକାର କାହାରି ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇପାରିନାହାନ୍ତି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗତ ୩ବର୍ଷ ମଧ୍ୟରେ ଦେଶରେ ବେଆଇନ ଖଣି କାରବାର ସମ୍ପର୍କରେ ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ।

ଅନ୍ୟପକ୍ଷରେ, ରାଜ୍ୟରେ ବେଆଇନ ଖଣି କାରବାର ଚାଲିନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାଠୁ ଆରମ୍ଭ କରି ବିଭିନ୍ନ ସମୟରେ ବାରମ୍ବାର ସଫେଇ ଦିଆଯାଉଥିବାବେଳେ ୨୦୨୧-୨୨ ମସିହାରେ କିଭଳି ଏତେ ସଂଖ୍ୟକ(୯୯ଟି) ବେଆଇନ ଖଣି ମାମଲା ପଦାକୁ ଆସିଛି ତାହା ଏବେ ଉଦବେଗର ବିଷୟ ହୋଇଛି । ରାଜ୍ୟର ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବା ପଛରେ ରାଜ୍ୟ ବାହାର ଠିକାଦାର ଓ ଖଣି ମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ବେଆଇନ ଖଣି କାରବାର ଉପରେ ଲଗାମ ଦେବାରେ ସକ୍ଷମ ହୋଇନାହାନ୍ତି । ଏପରିକି ବେଆଇନ ଖଣିକୁ ନେଇ ଆଇବିଏମକୁ ରିପୋର୍ଟ ପଠାଉଥିଲେ ମଧ୍ୟ ଜାହାରି ଜଣେ ବି ନାଁରେ ଥାନା କି କୋର୍ଟରେ ମାମଲା ରୁଜୁ ନହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଯଦିଓ ବେଆଇନ ଖଣି କାରବାର ଉପରେ ଲଗାମ ଦେବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ମିଳିଛି । ଖଣି ମନ୍ତ୍ରଣାଳୟ ଅଧୀନସ୍ତ ଆଇବିଏମର ଏହି ତଥ୍ୟ ପରୋକ୍ଷରେ ରାଜ୍ୟ ପ୍ରଶାସନିକ କଳର ଅପାରଗତା ଓ ସଲାସୁତୁରାରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଭରପୂର ଲୁଟ୍ କରାଯାଉଥିବା ସ୍ପଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story