ରାଜ୍ୟର ୨୬ ଜିଲ୍ଲାରୁ ଚିହ୍ନଟ ହେଲେ ୧୩୮୪ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୬  ଜିଲ୍ଲାରୁ ୧୩୮୪  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୫୧୧ଟି ହେଉଛି ଲୋକାଲ୍ କେସ୍‌। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩, କଟକରୁ ୮୯, ବାଲେଶ୍ୱର ଜିଲ୍ଲାରୁ ୭୯, ଗଜପତି […]

corona-5

Niharika Rout
  • Published: Monday, 03 August 2020
  • , Updated: 03 August 2020, 01:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୬  ଜିଲ୍ଲାରୁ ୧୩୮୪  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୫୧୧ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩, କଟକରୁ ୮୯, ବାଲେଶ୍ୱର ଜିଲ୍ଲାରୁ ୭୯, ଗଜପତି ଜିଲ୍ଲାରୁ ୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଥିବା ବେଳେ ୨୧,୯୫୪ ଜଣ ସୁସ୍ଥ ହୋଇ ସାରିଲେଣି।  ଏବେ ରାଜ୍ୟରେ ୧୪,୦୯୫ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି

Related story