ଲକ୍ଷଣକୁ ନେଇ ଆସିଲା ନୂଆ ତଥ୍ୟ, ସଙ୍ଗରୋଧ ସମୟ ଯଥେଷ୍ଟ ନୁହଁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ରୋକିବାକୁ ଯଥେଷ୍ଟ କି ୧୪ ଦିନିଆ ସଙ୍ଗରୋଧ (କ୍ୱାରେଣ୍ଟାଇନ୍‌)? ଏପରି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କାରଣ ବାହାର ରାଜ୍ୟରୁ ଫେରିବାର ୪୦ ଦିନ ପରେ ମଧ୍ୟ ବହୁ ଲୋକଙ୍କଠାରେ ନଥିଲା ‘କରୋନା’ ଲକ୍ଷଣ। ସେମାନେ ବିନା ଲକ୍ଷଣରେ ମାସାଧିକ କାଳ ସଙ୍ଗରୋଧରେ ରହିବା ସତ୍ତ୍ୱେ, କୋଭିଡ୍ ଟେଷ୍ଟ୍ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ ‘କରୋନା’ ଲକ୍ଷଣ ପ୍ରକାଶ ପାଇବାର ନିର୍ଦ୍ଦିଷ୍ଟ ସମୟସୀମା କେତେ, ସେନେଇ ସାଧାରଣରେ […]

coronaaaa

coronaaaa

Manoranjan Sial
  • Published: Wednesday, 06 May 2020
  • Updated: 06 May 2020, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ରୋକିବାକୁ ଯଥେଷ୍ଟ କି ୧୪ ଦିନିଆ ସଙ୍ଗରୋଧ (କ୍ୱାରେଣ୍ଟାଇନ୍‌)? ଏପରି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କାରଣ ବାହାର ରାଜ୍ୟରୁ ଫେରିବାର ୪୦ ଦିନ ପରେ ମଧ୍ୟ ବହୁ ଲୋକଙ୍କଠାରେ ନଥିଲା ‘କରୋନା’ ଲକ୍ଷଣ। ସେମାନେ ବିନା ଲକ୍ଷଣରେ ମାସାଧିକ କାଳ ସଙ୍ଗରୋଧରେ ରହିବା ସତ୍ତ୍ୱେ, କୋଭିଡ୍ ଟେଷ୍ଟ୍ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ ‘କରୋନା’ ଲକ୍ଷଣ ପ୍ରକାଶ ପାଇବାର ନିର୍ଦ୍ଦିଷ୍ଟ ସମୟସୀମା କେତେ, ସେନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଭଦ୍ରକର ୧୧୭ ନମ୍ବର ‘କରୋନା’ ଆକ୍ରାନ୍ତ ମାର୍ଚ୍ଚ ୨୪ରୁ ଏପ୍ରିଲ ୨୭ ତାରିଖ ଯାଏଁ ଘରେ ସଙ୍ଗରୋଧ ହୋଇ ରହିଥିଲେ। ସେହିପରି ଯାଜପୁରର ୧୪୯ ନମ୍ବର ‘କରୋନା’ ଆକ୍ରାନ୍ତ ଘରେ ସଙ୍ଗରୋଧ ହୋଇ ରହିଥିଲେ। ସେ ମାର୍ଚ୍ଚ ୨୩ରୁ ଏପ୍ରିଲ ୩୦ ତାରିଖ ଯାଏ ରହିଥିଲେ। ଯାଜପୁରର ୧୫୦, କେନ୍ଦୁଝରର ୧୬୨ ଓ ଯାଜପୁରର ୧୬୬ ନମ୍ବର ‘କରୋନା’ ଆକ୍ରାନ୍ତ ମଧ୍ୟ ମାସାଧିକ କାଳ ସଙ୍ଗରୋଧରେ ରହିଥିଲେ। ସେହି ସମୟରେ ସେମାନେ ନା ବାହାରକୁ ଯାଇଥିଲେ ନା ଆଉ କାହା ସହ ମିଶିଥିଲେ। ଏପରିକି ସେମାନଙ୍କ ପାଖରେ କୌଣସି ‘କରୋନା’ ଲକ୍ଷଣ ପ୍ରକାଶ ପାଇନଥିଲା। କେବଳ କୋଲକାତାରୁ ଫେରିଥିବାରୁ ସେମାନଙ୍କ ନମୂନା ସଂଗ୍ରହ ହୋଇଥିଲା। ସଙ୍ଗରୋଧ ଅବଧି ସରିବା ପରେ ସେମାନେ ବାହାରକୁ ଆସିଥିଲେ। ଅନ୍ୟମାନଙ୍କ ସହ ମିଳାମିଶା କରିଥିଲେ। ତା’ପରେ ସେମାନେ ‘କରୋନା’ରେ ଆକ୍ରାନ୍ତା ହେଉଥିବା ଚିହ୍ନଟ ହେଉଛନ୍ତି। ସେମାନେ ସଂକ୍ରମଣ ବ୍ୟାପିବାର କାରଣ ହେବେନି ତ? ତେବେ ଏହାର ଆଉ ୨ଟି ଦିଗ ପ୍ରତି ଗୁରୁତ୍ୱ ଦେଇଛନ୍ତି ଡାକ୍ତର। କହିଛନ୍ତି, ହୁଏତ ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହରେ ତ୍ରୁଟି ରହିଥାଇପାରେ। ନଚେତ ସ୍ଥାନୀୟ ଭାବେ କାହାଠୁ ସଂକ୍ରମିତ ହୋଇଥାଇପାରନ୍ତି।

‘କରୋନା’ କେଶ୍ ନମ୍ବର ୧୧୧, ୧୨୧, ୧୨୪, ୧୨୬, ୧୨୭, ୧୪୭, ୧୪୮, ୧୫୨, ୧୫୫ ଓ ୧୬୭ ଆଦି ଆକ୍ରାନ୍ତଙ୍କର ମଧ୍ୟ ବାହାର ରାଜ୍ୟରୁ ଫେରିବାର ମାସେରୁ ଅଧିକ ସମୟ ପରେ ନମୂନା ପଜିଟିଭ୍ ଆସିଥିଲା। ଅଥଚ୍‌ କିଛି ଲକ୍ଷଣ ପ୍ରକାଶ ପାଇନଥିଲା। ତେବେ ସଙ୍ଗରୋଧରେ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ କ୍ରିକେଟ ଖେଳିଥିଲା ତ କିଏ ତାସ୍, କିଏ ପଡ଼ୋଶୀ ଘରେ ବୁଲିଥିଲା। ଆଉ କିଏ ଦୋକାନ ବଜାର ବୁଲିଥିଲା। ତେଣୁ ସେମାନେ ବାହାର ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ନା ଓଡ଼ିଶା ଫେରିବା ପରେ ଆଉ କାହାଠାରୁ ଆକ୍ରାନ୍ତ ହୋଇଛନ୍ତି, ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ‘କରୋନା’ ସଂକ୍ରମଣର ୧୪ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। କିନ୍ତୁ ସରକାରୀ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣହୀନ। ତେଣୁ ଏଭଳି ସ୍ଥିତିରେ ପ୍ରକୃତରେ ପ୍ରବାସରୁ ଆସିବାକୁ ଥିବା ଲକ୍ଷଲକ୍ଷ ଲୋକଙ୍କ ସଙ୍ଗରୋଧ ଅବଧି କେତେ ଦିନ ରହିବା ଉଚିତ, ସେନେଇ ସରକାରୀସ୍ତରରେ ପୁନର୍ବିଚାର ହେବା ଜରୁରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story