ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ପୂର୍ବାନୁମାନର ଦିନକ ପୂର୍ବରୁ ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲା ସାଙ୍ଗକୁ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ସାରା ରାଜ୍ୟକୁ ଅଗ୍ରସର ହେବ।ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ […]

rain

rain

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 09:42 AM IST

Sports

Latest News

ଭୁବନେଶ୍ୱର: ପୂର୍ବାନୁମାନର ଦିନକ ପୂର୍ବରୁ ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲା ସାଙ୍ଗକୁ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ସାରା ରାଜ୍ୟକୁ ଅଗ୍ରସର ହେବ।ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାରଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ପ୍ରାକ୍ ମୌସୁମୀ ବର୍ଷାର ପ୍ରଭାବରେ ରାଜ୍ୟରେ ପାଣିପାଗ ବଦଳିବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ଜୁନ୍ ୧୮ରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos