କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି ହୋଇଛି ୧୪୪ ଧାରା। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଶନିବାର ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା ସେଣ୍ଟରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି।
ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ଏହାକୁ ଆଖି ଆଗରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।
Events & Festivals
ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।
Events & Festivals
ପ୍ରବାସୀ ଭାରତୀୟ ସମ୍ମିଳନୀ: ଓଡ଼ିଶାର କଳା, ସଂସ୍କୃତିକୁ ପ୍ରଶଂସା କଲେ ଜୟଶଙ୍କର
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ବାଲିଯାତ୍ରାର ଉଦାହରଣ ଦେଲେ ଜୟଶଙ୍କର। ପ୍ରବାସୀ ଭାରତୀୟ ସମ୍ମିଳନୀ ପାରିବାରିକ ପୁନର୍ମିଳନ ଭଳି ବୋଲି କହିଲେ।