‘ଅପରେସନ ମୁସ୍କାନ’: ୧୫ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା(ମନୋଜ ପାତ୍ର ): ରାୟଗଡ଼ା ସହରର ବିଭିନ୍ନ ହୋଟେଲ, ଢାବା, ଲଜ୍‌, ଫାଷ୍ଟ ଫୁଡ୍‌ ଦୋକାନରେ ଚଢାଉ କରିଛି ଟାଉନ ଥାନା ପୁଲିସ। ଏହି ଚଢାଉ ସମୟରେ ଅପରେସନ ମୁସ୍କାନ ଅଭିଯାନରେ ପୁଲିସ  ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହି ଶିଶୁ ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର କାଶିପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୁଲିସ ଉଦ୍ଧାର କରିବା ପରେ ସେମାନଙ୍କୁ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି । ଆଜି […]

boys-1..2

Niharika Rout
  • Published: Wednesday, 31 July 2019
  • , Updated: 31 July 2019, 01:57 PM IST

ରାୟଗଡ଼ା(ମନୋଜ ପାତ୍ର ): ରାୟଗଡ଼ା ସହରର ବିଭିନ୍ନ ହୋଟେଲ, ଢାବା, ଲଜ୍‌, ଫାଷ୍ଟ ଫୁଡ୍‌ ଦୋକାନରେ ଚଢାଉ କରିଛି ଟାଉନ ଥାନା ପୁଲିସ। ଏହି ଚଢାଉ ସମୟରେ ଅପରେସନ ମୁସ୍କାନ ଅଭିଯାନରେ ପୁଲିସ  ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଏହି ଶିଶୁ ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର କାଶିପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୁଲିସ ଉଦ୍ଧାର କରିବା ପରେ ସେମାନଙ୍କୁ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି । ଆଜି ଯାଞ୍ଚ ପରେ ସମସ୍ତଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ସରକାର ପିଲାମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ଯୋଗାଇବା ଲାଗି ବହୁ ନିୟମ ପ୍ରଣୟନ କରୁଥିବା ବେଳେ ଏହା କେବଳ ପ୍ରହସନରେ ପରିଣତ ହେଉଛି। ଗୋଟିଏ ପଟେ ସ୍କୁଲରେ ପିଲାଙ୍କ ଦେଖା ମିଳୁ ନ ଥିବା ବେଳେ ପରିବାର ବୋଝ ମୁଣ୍ଡାଇବାକୁ ଯାଇ କଅଁଳ ବୟସରୁ ସେମାନେ ଖଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ପୁଣି ମୁଖ୍ୟ ସ୍ରୋତକୁ ଫେରାଇ ଆଣି ଶିକ୍ଷାଦାନ କରିବା ଲାଗି ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।

 

Related story