ଦ୍ୱାରସୁଣି ଘାଟିରେ ସିରିଜ ଦୁର୍ଘଟଣା, ୭ ଗାଡ଼ି ଚୁରମାର

ବାରିପଦା(ମାନିକ ଲାଲ୍ ପାଣି): ବାଙ୍ଗିରିପୋଷି ଦ୍ୱାରସୁଣି ଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଲୁହା ପଥର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ୭ଟି ଗାଡ଼ିକୁ ପିଟିଛି। ଫଳରେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଲୁହା ପଥର ବୋଝେଇ ଟ୍ରକ୍‌ କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ପଶ୍ଚିମବଙ୍ଗର ଖଡଗପୁର ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଦ୍ୱାରସୁଣି ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ଟି ପ୍ରଥମ ଗୋଟିଏ କାର୍‌କୁ ଧକ୍କା ଦେଇଥିଲା। ତା’ପରେ ଆଉ ଦୁଇଟି କାର, […]

Accident

Accident

Manoranjan Sial
  • Published: Wednesday, 04 August 2021
  • Updated: 04 August 2021, 09:33 PM IST

Sports

Latest News

ବାରିପଦା(ମାନିକ ଲାଲ୍ ପାଣି): ବାଙ୍ଗିରିପୋଷି ଦ୍ୱାରସୁଣି ଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଲୁହା ପଥର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ୭ଟି ଗାଡ଼ିକୁ ପିଟିଛି। ଫଳରେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଲୁହା ପଥର ବୋଝେଇ ଟ୍ରକ୍‌ କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ପଶ୍ଚିମବଙ୍ଗର ଖଡଗପୁର ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଦ୍ୱାରସୁଣି ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ଟି ପ୍ରଥମ ଗୋଟିଏ କାର୍‌କୁ ଧକ୍କା ଦେଇଥିଲା। ତା’ପରେ ଆଉ ଦୁଇଟି କାର, ୨ଟି ବସ୍‌, ଅଟୋ, ବୋଲେରୋ ଓ ବାଇକକୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଓଲଟି ପଡିଥିଲା। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଙ୍ଗିରିପୋଷି ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos