ରାଜ୍ୟର ୧୬% କରୋନା ସଂକ୍ରମିତ ହେଉଛନ୍ତି ଶିଶୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଆଜିସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୫୦ଜଣ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଯୁବବର୍ଗ ରହିଥିବା ଜଣାପଡ଼ିଛି। ଗତକାଲି ଭୁବନେଶ୍ୱରର ଝାରପଡ଼ାରୁ ୫ବର୍ଷ ଓ ୯ବର୍ଷ ବୟସର ୨ଜଣ ଶିଶୁଙ୍କ ଦେହରେ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ସଂକ୍ରମିତ ଶିଶୁଙ୍କ ହାର ୧୬%କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏ […]

corona

corona

Manoranjan Sial
  • Published: Saturday, 11 April 2020
  • Updated: 11 April 2020, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଆଜିସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୫୦ଜଣ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଯୁବବର୍ଗ ରହିଥିବା ଜଣାପଡ଼ିଛି। ଗତକାଲି ଭୁବନେଶ୍ୱରର ଝାରପଡ଼ାରୁ ୫ବର୍ଷ ଓ ୯ବର୍ଷ ବୟସର ୨ଜଣ ଶିଶୁଙ୍କ ଦେହରେ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ସଂକ୍ରମିତ ଶିଶୁଙ୍କ ହାର ୧୬%କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୧୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୫୦ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୦ରୁ ୧୪ବର୍ଷ ବୟସର ମୋଟ ୮ଜଣ ଶିଶୁ ଥିବାବେଳେ ୧୫ରୁ ୪୦ବର୍ଷ ବୟସର ୨୬ଜଣ, ୪୧ରୁ ୬୦ବର୍ଷ ବୟସର ୧୨ଜଣ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ମାତ୍ର ୪ଜଣ ଅଛନ୍ତି। ରାଜ୍ୟ ସରକାର ଏହି ସଂକ୍ରମିତ ବ୍ୟକ୍ତିମାନଙ୍କ ପରିଚୟ ଓ ବୟସକୁ ସାର୍ବଜନୀନ କରୁନଥିଲେ ମଧ୍ୟ ସର୍ବାଧିକ ୫୨ ପ୍ରତିଶତ ସଂକ୍ରମିତ ୧୫ରୁ ୪୦ବର୍ଷ ବୟସର ବୋଲି କହିଛନ୍ତି। ସବୁଠୁ ଉଦବେଗର ବିଷୟ ହେଉଛି, ସଂକ୍ରମିତ ଶିଶୁଙ୍କ ମଧ୍ୟରେ ୦ରୁ ୧୪ବର୍ଷ ବୟସର ଅଛନ୍ତି ୧୬%। ଏହି ୫୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୪% ଅର୍ଥାତ୍ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ପ୍ରତିଶତ ଅର୍ଥାତ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ୭୪%(୩୭ଜଣ) ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଆଜି ଅପରାହ୍ନ ସୁଦ୍ଧା ମୋଟ ୩୫୪୭ଟି ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରେ ୫୦ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ଆଜି ୨୯୮ଟି ନମୂନା ପରୀକ୍ଷା ହୋଇଛି। ଶ୍ରୀମତୀ ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ବିଭିନ୍ନ ହସ୍ପିଟାଲରେ ଥିବା ମୋଟ ୩୭ଜଣ କୋଭିଡ-୧୯ ପଜେଟିଭ୍ ରୋଗୀଙ୍କ ମଧ୍ୟରୁ ମାତ୍ର ୨ଜଣଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି। ଅନ୍ୟମାନଙ୍କ ଦେହରେ ପଜେଟିଭ୍ ଲକ୍ଷଣ ରହିଥିଲେ ମଧ୍ୟ ସେମାନେ କେବଳ ପ୍ରତିଷେଧକ ବ୍ୟବସ୍ଥାରେ ହସ୍ପିଟାଲରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ରୋଗୀଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇନଥିଲା। ଏବେ ଯେତିକି ନମୂନା ପରୀକ୍ଷା ହେଉଛି ଆଗାମୀ ୧୦ଦିନ ମଧ୍ୟରେ ଏହି ସଂଖ୍ୟା ୨ରୁ ୩ଗୁଣକୁ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos