୧୭ରୁ ଆରମ୍ଭ ହେବ ‘ପଞ୍ଚକ୍ରାନ୍ତି’ କାର୍ଯ୍ୟକ୍ରମ: ବିଜେପି ସାଂସଦ ଅନୁରାଗ ଠାକୁର

ଭୁବନେଶ୍ୱର: ସେପ୍ଟେମ୍ବର ୧୭ରୁ ସାରା ଦେଶରେ ଆରମ୍ଭ ହେବ ‘ପଞ୍ଚକ୍ରାନ୍ତି’ କାର୍ଯ୍ୟକ୍ରମ। ପାଞ୍ଚୋଟି ଅଲଗା ଅଲାଗା କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ନୂଆଦିଲ୍ଲୀରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ଦିନିକିଆ ଗସ୍ତରେ ଭୁବନେଶ୍ୱର ଆସି ଏହା କହିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଭୁବନେଶ୍ୱରେ ହେବାକୁ ଥିବା ପାର୍ଲାମେଣ୍ଟାରୀ ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ସେ ଯୋଗଦେବା ପୂର୍ବରୁ ସେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଥିଲେ। ଏନେଇ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

anurag-takur

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 09:58 AM IST

ଭୁବନେଶ୍ୱର: ସେପ୍ଟେମ୍ବର ୧୭ରୁ ସାରା ଦେଶରେ ଆରମ୍ଭ ହେବ ‘ପଞ୍ଚକ୍ରାନ୍ତି’ କାର୍ଯ୍ୟକ୍ରମ। ପାଞ୍ଚୋଟି ଅଲଗା ଅଲାଗା କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ନୂଆଦିଲ୍ଲୀରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ଦିନିକିଆ ଗସ୍ତରେ ଭୁବନେଶ୍ୱର ଆସି ଏହା କହିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଭୁବନେଶ୍ୱରେ ହେବାକୁ ଥିବା ପାର୍ଲାମେଣ୍ଟାରୀ ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ସେ ଯୋଗଦେବା ପୂର୍ବରୁ ସେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଥିଲେ। ଏନେଇ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଯୋଗ, ସ୍ୱାସ୍ଥ୍ୟ, ନିର୍ମାଣ, କୌଶଳ ଓ କନ୍ୟାଶକ୍ତି କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଜିଲ୍ଲା ଓ ବ୍ଲକରେ ନିୟୋଜିତ ହେବେ ଏକ କୋଟି ‘କ୍ରାନ୍ତିଦୂତ’ଯୁବକ। ଏଥିପାଇଁ ୨ରୁ ୩ମାସ ସମୟ ଲାଗିବ ବୋଲି କହିଛନ୍ତି ଅନୁରାଗ ଠାକୁର। ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୧୨ରେ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ତାମିଲନାଡୁରେ ସମାପନ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବାରବାଟିରେ ଭାରତ-ଦକ୍ଷିଣଆଫ୍ରିକା ସିରଜର ଏକ ମ୍ୟାଚ ନେଇ ସେ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଏହି ସିରିଜ ଗାନ୍ଧି-ମାଣ୍ଡେଲା ସିରିଜ ନାମରେ ପରିଚିତ ହେବ ଏଥିରେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Related story