ଝଟକିବ ଶ୍ରୀମନ୍ଦିର ଦ୍ୱାର, ମୁମ୍ୱାଇରୁ ଆସିଲା ୧.୨ ଟନ ରୁପା

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ତିନିଟି ଦ୍ୱାରରେ ରୁପା ଛାଉଣୀ ହେବ। ସେଥିପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ରୁପା ଆଜି ମୁମ୍ୱାଇରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆଜି ପ୍ରାୟ ୧.୨ ଟନ୍‌ର ରୁପା ଆସିଥିବାର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ୮ ଦ୍ୱାର ଭିତରୁ ପ୍ରଥମ ପର୍ଯ୍ୟାୟରେ ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାରରେ ରୁପା ଛାଉଣୀ ଦିଆଯିବ। ସେଥିପାଇଁ ଏହି ୩ ଦ୍ୱାରର ନିର୍ମାଣ କାର୍ଯ୍ୟ ନୀଳାଦ୍ରୀ ଭକ୍ତ […]

Jagannath

Jagannath

Manoranjan Sial
  • Published: Friday, 09 July 2021
  • Updated: 09 July 2021, 10:54 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ତିନିଟି ଦ୍ୱାରରେ ରୁପା ଛାଉଣୀ ହେବ। ସେଥିପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ରୁପା ଆଜି ମୁମ୍ୱାଇରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆଜି ପ୍ରାୟ ୧.୨ ଟନ୍‌ର ରୁପା ଆସିଥିବାର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ୮ ଦ୍ୱାର ଭିତରୁ ପ୍ରଥମ ପର୍ଯ୍ୟାୟରେ ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାରରେ ରୁପା ଛାଉଣୀ ଦିଆଯିବ। ସେଥିପାଇଁ ଏହି ୩ ଦ୍ୱାରର ନିର୍ମାଣ କାର୍ଯ୍ୟ ନୀଳାଦ୍ରୀ ଭକ୍ତ ନିବାସରେ ଚାଲିଛି। ଉତ୍କଳୀୟ କଳା ସଂସ୍କୃତି ପରମ୍ପରାରେ ସ୍ୱତନ୍ତ୍ର ଡିଜାଇନ୍‌ରେ ନିର୍ମାଣ ଚାଲିଛି ଶ୍ରୀମନ୍ଦିର ତିନି ଦ୍ୱାର। ସେଥିରେ ରୁପା ଛାଉଣୀ କରାଯିବ।

ଛାଉଣୀ ପାଇଁ ଆବଶ୍ୟକ ହେଉଥିବା ରୁପା ଆଜି ମୁମ୍ବାଇରୁ ଆସି ପୁରୀରେ ପହଞ୍ଚିଛି। ୧୭ଟି ପେଟିରେ ରୁପା ଚଦର ପ୍ୟାକେଜ୍‌ ହୋଇ ଆସିଛି। ଉକ୍ତ ରୁପା ପ୍ୟାକେଟ୍‌ ଗୁଡ଼ିକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଭକ୍ତ ନିବାସରେ ରଖାଯାଇଛି।

ବର୍ମାଟିକ୍‌ ଉଡ୍‌ରେ କଡା ସୁରକ୍ଷା ବଳୟ ଭିତରେ ଭକ୍ତ ନିବାସରେ ନିର୍ମାଣ ଚାଲିଛି। ଏଥିରେ ରୁପା ଖୋଦେଇ ଚାଦର ଲଗାଯିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ବାକି ୫ଟି ଦ୍ୱାର ନିର୍ମାଣ କରାଯାଇ ରୁପା ଛାଉଣୀ କରାଯିବ। ସେହି ଦ୍ୱାର ଗୁଡ଼ିକ ହେଲା ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଓ ପଶ୍ଚିମ ଭୋଗମଣ୍ଡପ ଦ୍ୱାର।

ଆଜି ପ୍ରାୟ ୧.୨ ଟନ୍‌ର ରୁପା ଆସିଥିବାର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏଥିପାଇଁ ଏଏସ୍‌ଆଇ ପକ୍ଷରୁ କୌଣସି ଅନୁମତି ମିଳିନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos