ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍‌। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍‌ ରହିଛି। ଏମର୍ଜେନ୍ସି ଟ୍ରେନ୍‌ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଏଡିଆର୍‌ଏମ୍‌ ରାଜ କୁମାର କହିଛନ୍ତି। ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ଏଡିଆର୍‌ଏମ୍‌ ରାଜ କୁମାର। ବୈଠକ ପରେ ସେ କହିଛନ୍ତି-“ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମୋଟ୍‌ ୬୨ଟି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର ଖୋଲା […]

train

Manoranjan Sial
  • Published: Thursday, 13 June 2019
  • , Updated: 18 June 2019, 05:02 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍‌। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍‌ ରହିଛି। ଏମର୍ଜେନ୍ସି ଟ୍ରେନ୍‌ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଏଡିଆର୍‌ଏମ୍‌ ରାଜ କୁମାର କହିଛନ୍ତି।

ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ଏଡିଆର୍‌ଏମ୍‌ ରାଜ କୁମାର। ବୈଠକ ପରେ ସେ କହିଛନ୍ତି-“ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମୋଟ୍‌ ୬୨ଟି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର ଖୋଲା ଯିବ। ସେଥିରୁ ପୁରୀରେ ୩୮ଟି ଓ ଅନ୍ୟାନ୍ୟ ସ୍ଥାନରେ ୨୪ଟି କାଉଣ୍ଟର ଖୋଲାଯିବ। ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟ୍ରେନ୍‌ର ତାଲିକା ଓ ଟାଇମ୍‌ ଟେବୁଲ୍‌ ଲଗାଯିବ। ଆପ୍‌ ଜରିଆରେ ସ୍ୱତନ୍ତ୍ର ଟ୍ରେନର ଟାଇମ୍‌ ଟେବୁଲ୍‌ ଉପଲବ୍‌ଧ କରାଯିବ।”

Related story