୨୦୩୦ ସୁଦ୍ଧା ରାଜ୍ୟରେ ଶହେ ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୩୦ ସୁଦ୍ଧା ଓଡ଼ିଶାରେ ଖଣିଜ ଉତ୍ପାଦନ ଶହେ ମିଲିୟନ୍ ଟନ୍ ହେବ । କେନ୍ଦ୍ର ଇସ୍ପାତ ସଚିବଙ୍କ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ କେନ୍ଦ୍ର ଇସ୍ପାତ ସଚିବ । ବୈଠକ ପରେ ଉନ୍ନୟନ କମିଶନର କହିଛନ୍ତି ଏବେ ରାଜ୍ୟର ଖଣିଜ ଉତ୍ପାଦନ ୩୩ ମିଲିୟନ୍ ଟନ୍ ରହିଛି । ତେବେ ଶହେ ମିଲିୟନ୍ ଟନ୍ ଲକ୍ଷ୍ୟ […]

naveen-1.

Niharika Rout
  • Published: Wednesday, 24 July 2019
  • , Updated: 24 July 2019, 01:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୩୦ ସୁଦ୍ଧା ଓଡ଼ିଶାରେ ଖଣିଜ ଉତ୍ପାଦନ ଶହେ ମିଲିୟନ୍ ଟନ୍ ହେବ । କେନ୍ଦ୍ର ଇସ୍ପାତ ସଚିବଙ୍କ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ କେନ୍ଦ୍ର ଇସ୍ପାତ ସଚିବ ।
ବୈଠକ ପରେ ଉନ୍ନୟନ କମିଶନର କହିଛନ୍ତି ଏବେ ରାଜ୍ୟର ଖଣିଜ ଉତ୍ପାଦନ ୩୩ ମିଲିୟନ୍ ଟନ୍ ରହିଛି । ତେବେ ଶହେ ମିଲିୟନ୍ ଟନ୍ ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର, ରାଜ୍ୟ ମିଳିତ ଭାବେ କାମ କରିବେ ।

ଏଥିପାଇଁ ଷ୍ଟିଲ ହବ୍, ଭିତ୍ତିଭୂମି ଓ କ୍ଲଷ୍ଟରର ବିକାଶ, ରେଳ, ସଡ଼କ ଓ ଜଳପଥର ଉନ୍ନତି କରାଯିବା ନେଇ ଷ୍ଟିଲ୍ ସଚିବଙ୍କ ସହ ଆଲୋଚନା ହୋଇଛି । ସେହିପରି ବିଜୁପଟ୍ଟନାୟକ ଷ୍ଟିଲ୍ ଇନଷ୍ଟିଚ୍ୟୁଟ ବିଶ୍ୱବିଦ୍ୟାଳୟ କରାଯିବାକୁ ମଧ୍ୟ ଷ୍ଟିଲ୍ ସଚିବଙ୍କ ପାଖରେ ଦାବି ରଖାଯାଇଥିବା ଉନ୍ନୟନ କମିଶନର ସୂଚନା ଦେଇଛନ୍ତି ।

Related story