ପଞ୍ଚୁକ ପ୍ରଥମ ଦିନ: ଶ୍ରୀକ୍ଷେତ୍ର ଓ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ହବିଷ୍ୟାଳୀମାନେ ନିଷ୍ଠାର ସହ ଏହି ବ୍ରତ କରୁଛନ୍ତି। ପୁରୀ ଶ୍ରୀମନ୍ଦିର ସହ କଟକ ଧବଳଶ୍ୱର ପୀଠରେ ଦେଖିବାକୁ ମିଳିଛି ହଜାର ହଜାର ଭକ୍ତ ଓ ହବିଷ୍ୟାଳୀଙ୍କ ଭିଡ଼। ଶ୍ରୀକ୍ଷେତ୍ରରେ ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ କରାଯାଇଛି।

ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନ ଉପରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନାର କିଆ ଦ୍ୱାରା ବିଭୁଷିତ କରାଯାଇଥିଲା। ଲକ୍ଷାଧିକ ଭକ୍ତ ବ୍ୟାରିକେଡ ଦେଇ ଶୃଙ୍ଖଳିତ ଦର୍ଶନ କରିଥିଲେ। ସୁରକ୍ଷା ଲାଗି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏପଟେ ପଞ୍ଚୁକ ପାଇଁ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଉ ଦୁଇ ଦିନ ପରେ ବଡଓଷା। ଧବଳେଶ୍ୱରଙ୍କ ଏହା ହେଉଛି ସବୁଠୁ ବଡ ପର୍ବ।   ଏହି ଅବସରରେ ଗଜ ଭୋଗ ପାଇବା ପାଇଁ ଲକ୍ଷାଧିକ ଭକ୍ତ ଭିଡ ଜମାଇବେ। ଏଠାରେ  ଝୁଲା ପୋଲ ସହ ନଦୀ ପାର ହୋଇ ଡଙ୍ଗାରେ ପୀଠକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କଡାକଡି ହୋଇଛି। ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଇଛି।

Ordigital Desk
• Published: Tuesday, 31 October 2017
• Updated: 31 October 2017, 08:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ହବିଷ୍ୟାଳୀମାନେ ନିଷ୍ଠାର ସହ ଏହି ବ୍ରତ କରୁଛନ୍ତି। ପୁରୀ ଶ୍ରୀମନ୍ଦିର ସହ କଟକ ଧବଳଶ୍ୱର ପୀଠରେ ଦେଖିବାକୁ ମିଳିଛି ହଜାର ହଜାର ଭକ୍ତ ଓ ହବିଷ୍ୟାଳୀଙ୍କ ଭିଡ଼। ଶ୍ରୀକ୍ଷେତ୍ରରେ ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ କରାଯାଇଛି।

ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନ ଉପରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନାର କିଆ ଦ୍ୱାରା ବିଭୁଷିତ କରାଯାଇଥିଲା। ଲକ୍ଷାଧିକ ଭକ୍ତ ବ୍ୟାରିକେଡ ଦେଇ ଶୃଙ୍ଖଳିତ ଦର୍ଶନ କରିଥିଲେ। ସୁରକ୍ଷା ଲାଗି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏପଟେ ପଞ୍ଚୁକ ପାଇଁ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଉ ଦୁଇ ଦିନ ପରେ ବଡଓଷା। ଧବଳେଶ୍ୱରଙ୍କ ଏହା ହେଉଛି ସବୁଠୁ ବଡ ପର୍ବ।   ଏହି ଅବସରରେ ଗଜ ଭୋଗ ପାଇବା ପାଇଁ ଲକ୍ଷାଧିକ ଭକ୍ତ ଭିଡ ଜମାଇବେ। ଏଠାରେ  ଝୁଲା ପୋଲ ସହ ନଦୀ ପାର ହୋଇ ଡଙ୍ଗାରେ ପୀଠକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କଡାକଡି ହୋଇଛି। ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos