ବାହାରିଲା +୨ ଆଡମିଶନ ଦ୍ୱିତୀୟ କଟ୍‌ଅଫ୍ ମାର୍କ ତାଲିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। କଟ୍‌ ଅଫ୍ ମାର୍କ ତାଲିକାର କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟ୍ଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି। ଏପଟେ ବାଣିଜ୍ୟରେ ୭୯.୬୭ ପ୍ରତିଶତ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ […]

+2

+2

Ranjit Kumar Jena
  • Published: Monday, 05 October 2020
  • Updated: 05 October 2020, 04:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। କଟ୍‌ ଅଫ୍ ମାର୍କ ତାଲିକାର କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି।

ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟ୍ଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି। ଏପଟେ ବାଣିଜ୍ୟରେ ୭୯.୬୭ ପ୍ରତିଶତ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନ ନେଇଛି। ଯୁକ୍ତ ୨ କଲେଜରେ ଖାଲି ଥିବା ସିଟ୍ ଗୁଡିକରେ ନାମ ଲେଖା ପାଇଁ ପ୍ରକାଶ ପାଇଛି।

ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକା ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲିଠୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇବେ, ସେମାନଙ୍କ ତଥ୍ୟ ୧୮ ତାରିଖ ସନ୍ଧ୍ୟା ୬ଟାରେ ସାମ୍ସ ଇ-ସ୍ପେସରେ ଉପଲବ୍ଧ ହେବ।

୧୩ ତାରିଖ ଦିନ ୧୧ଟାରେ ସ୍ପଟ୍ ସିଲେକ୍ସନ୍ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ୧୩ରୁ ୧୫ ତାରିଖ ଅପରାହ୍ନ ୨ଟା ଭିତରେ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରିପାରିବେ। ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ। ଏବର୍ଷ ୨ ହଜାର ୨୮ଟି ଯୁକ୍ତ ୨ କଲେଜର ୪ଲକ୍ଷ ୫୩ ହଜାର ୬୪୦ ସିଟ୍ ଭିତରୁ ୨ଲକ୍ଷ ୯୬ ହଜାର ୬୧ଟି ସିଟ୍ ପୂରଣ ହୋଇଛି। ଆହୁରି ୧ଲକ୍ଷ ୫୭ ହଜାର ୫୭୯ ସିଟ୍ ଖାଲି ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos