ପୂର୍ବ ଶତ୍ରୁତାରୁ ହଣାକଟା; ୨ ଗୁରୁତର

ବାରିପଦା(ମାଣିକଲାଲ ପାଣି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ଗାଁ ଛକରେ ଗତକାଲି ହଣାକଟା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଘର ପାଖ ଦୋକାନକୁ ଯାଇଥିଲେ। ଉକ୍ତ ସମୟରେ ହଳଦିପଦା ଗାଁର କିଛି ଯୁବକଙ୍କ ସହ ତାଙ୍କ ସାମ୍ନାସାମ୍ନି ହୋଇଥିଲା ।  ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ  ସେମାନେ ପରସ୍ପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।  […]

injured-1..

injured-1..

Niharika Rout
  • Published: Tuesday, 08 October 2019
  • Updated: 08 October 2019, 01:13 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ଗାଁ ଛକରେ ଗତକାଲି ହଣାକଟା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଘର ପାଖ ଦୋକାନକୁ ଯାଇଥିଲେ। ଉକ୍ତ ସମୟରେ ହଳଦିପଦା ଗାଁର କିଛି ଯୁବକଙ୍କ ସହ ତାଙ୍କ ସାମ୍ନାସାମ୍ନି ହୋଇଥିଲା ।  ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ  ସେମାନେ ପରସ୍ପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।  ଏଥିରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେଉଛନ୍ତି ବାଲେଶ୍ୱର ହଳଦିପଦା ଥାନା ଦହିପାଳ ଗାଁର ବିଶ୍ୱନାଥ ଜେନା। ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ  କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।  ଅନ୍ୟ ଜଣେ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ।   ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos