ପୁଣି ଆଗେଇ ଆସିଲେ ସାମ୍ବାଦିକ; କାଲିଠୁ ପଡ଼ିଥିବା କରୋନା ଯୋଦ୍ଧାଙ୍କ ଶବ ଉଠାଇଲେ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ପୁଣି ମାନବିକତା ଦେଖାଇଲେ ସାମ୍ବାଦିକ। କିଛି ଦିନ ପୂର୍ବେ ଘରେ ପଡ଼ି ରହିଥିବା ଜଣେ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଠାଇ ୪ ସାମ୍ବାଦିକ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି।  ଏଥର ୨ ସାମ୍ବାଦିକ ଆଗେଇ ଆସି ଗତକାଲିଠୁ ମେଡିକାଲ ବାହାରେ ପଡ଼ି ରହିଥିବା ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ଶବଙ୍କୁ ଉଠାଇଛନ୍ତି।   ଏହାପରେ ଗତକାଲିଠୁ ବାହାରେ ପଡ଼ି ରହିଥିବା ମୃତଦେହକୁ ଆଜି ଗାର୍ଡ ଅଫ୍‌ ଅନର ଦିଆଯିବ ବୋଲି ଜଣାଯାଇଛି। […]

khalikot-1-1

khalikot-1-1

Niharika Rout
  • Published: Saturday, 25 July 2020
  • Updated: 25 July 2020, 02:24 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ପୁଣି ମାନବିକତା ଦେଖାଇଲେ ସାମ୍ବାଦିକ। କିଛି ଦିନ ପୂର୍ବେ ଘରେ ପଡ଼ି ରହିଥିବା ଜଣେ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଠାଇ ୪ ସାମ୍ବାଦିକ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି।  ଏଥର ୨ ସାମ୍ବାଦିକ ଆଗେଇ ଆସି ଗତକାଲିଠୁ ମେଡିକାଲ ବାହାରେ ପଡ଼ି ରହିଥିବା ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ଶବଙ୍କୁ ଉଠାଇଛନ୍ତି।   ଏହାପରେ ଗତକାଲିଠୁ ବାହାରେ ପଡ଼ି ରହିଥିବା ମୃତଦେହକୁ ଆଜି ଗାର୍ଡ ଅଫ୍‌ ଅନର ଦିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ୍ ବାହାରେ ଗତକାଲିଠୁ ପଡ଼ି ରହିଥିଲା କରୋନା ମୁକାବିଲାର ଆଗ ଧାଡ଼ିର ଜଣେ ଯୋଦ୍ଧାଙ୍କ ମୃତଦେହ। ମୃତକ ପୁଲିସ୍‌ ଏଏସ୍ଆଇ ରବିନ୍ଦ୍ରନାଥ ବେହେରା ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡ଼ିତ ଥିଲେ । ଗତକାଲି ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କ ମୃତ୍ୟୁ ହୋଇଥିଲା।

ତେବେ ମୃତଦେହକୁ ଶବ ଗୃହରେ ନ ରଖି ବାହାରେ ରଖାଯାଇଥିଲା। ଏପରିକି କରୋନା ହୋଇଥିବା ସନ୍ଦେହରେ ତାଙ୍କ ପରିବାର ଲୋକେ ବି ମୃତଦେହକୁ ଗ୍ରହଣ କଲେନି । ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସିଲେନି ।

ଗତକାଲିଠୁ  ଏହି ଘଟଣା ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ମୃତଦେହ ପଡ଼ି ରହିଥିଲା। କରୋନା ଯୋଦ୍ଧାଙ୍କ ମୃତଦେହକୁ ଏପରି ଅସମ୍ମାନ ଦିଆଯାଉଥିବା ବେଳେ  ସମସ୍ତେ ସାଜିଥିଲେ ନୀରବଦ୍ରଷ୍ଟା। ଏପରି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳି ନ ଥିଲା।

ଗଣମାଧ୍ୟମରେ ଖବର ପ୍ରସାରିତ ପରେ ୨ ସାମ୍ବାଦିକ ଭଗବାନ ପାଢି ଓ ସନ୍ତୋଷ ସେଠୀ ପିପିଇ କିଟ୍‌ ପିନ୍ଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମୃତ ଏଏସ୍‌ଆଇଙ୍କ ପୁଅ, ମନୋଜ କୁମାର ବେହେରା, ରଶ୍ମୀ ରଞ୍ଜନ ପଣ୍ଡା ନାମକ ହୋମଗାର୍ଡ ଓ ଗୁରା ଖାନ ନାମକ ସ୍ଥାନୀୟ ବ୍ୟକ୍ତି ପିପିଇ କିଟ୍‌ ପିନ୍ଧି ମୃତଦେହକୁ କଫିନ ମଧ୍ୟରେ ପଶାଇଥିଲେ। କିଛି ସମୟ ମଧ୍ୟରେ ଏସ୍‌ପି ପହଞ୍ଚିବା ପରେ ମୃତ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ ବୋଲି ଜଣାଯାଇଛି।

ଆଜି ମୃତକଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି। ‌ହେଲେ ତାଙ୍କ ପତ୍ନୀ ଓ ପୁଅ ନିଜ ଟେଷ୍ଟ ନିମନ୍ତେ କହିବାରୁ ୨ ଦିନ ପରେ କରିବାକୁ କହିଥିଲେ, ଯାହାକି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର । ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ । ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ କରୋନା ପରି ମହାମାରୀ ସମୟରେ କାମ କରୁଥିଲେ ମଧ୍ୟ ଶେଷରେ ତାଙ୍କ ମୃତଦେହକୁ ଉପଯୁକ୍ତ ସମ୍ମାନ ନ ମିଳିବି ଘଟଣା କରୋନା ଯୋଦ୍ଧାଙ୍କ ପ୍ରତି ସରକାରଙ୍କ ଆନ୍ତରିକତାକୁ ଦର୍ଶାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story