କମେଣ୍ଟରୁ ପିଟାପିଟି, ଗଲା ଦୁଇ ଜଣଙ୍କ ଜୀବନ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କମେଣ୍ଟରୁ ପିଟାପିଟି। ଯାଇଛି ଦୁଇ ଜଣଙ୍କ ଜୀବନ। ବାନ୍ଧବୀଙ୍କୁ ସାଙ୍ଗରେ ନେଇ ଯାଇଥିବା ନାବାଳକଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ମାରପିଟ୍‌ ପରେ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଅଭିଯୁକ୍ତଙ୍କ ଜୀବନ ଯାଇଛି। ଏପରି ଘଟଣା କୋରାପୁଟ୍‌ ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଗତ ୨୨ ତାରିଖରେ କୋରାପୁଟ୍‌ ଟାଉନ୍‌ ଥାନା ଅଞ୍ଚଳର ବିବେକ ମହାନ୍ତି ଓ ତାଙ୍କ ବାନ୍ଧବୀ ବାଇକ୍‌ରେ ବୁଲିବା ପାଇଁ ଯାଇଥିଲେ। ସେମାନେ ଘରକୁ ଫେରୁଥିଲେ। ସେହି ସମୟରେ […]

accident

accident

Manoranjan Sial
  • Published: Friday, 29 July 2022
  • Updated: 29 July 2022, 08:55 PM IST

Sports

Latest News

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କମେଣ୍ଟରୁ ପିଟାପିଟି। ଯାଇଛି ଦୁଇ ଜଣଙ୍କ ଜୀବନ। ବାନ୍ଧବୀଙ୍କୁ ସାଙ୍ଗରେ ନେଇ ଯାଇଥିବା ନାବାଳକଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ମାରପିଟ୍‌ ପରେ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଅଭିଯୁକ୍ତଙ୍କ ଜୀବନ ଯାଇଛି। ଏପରି ଘଟଣା କୋରାପୁଟ୍‌ ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି।

ଗତ ୨୨ ତାରିଖରେ କୋରାପୁଟ୍‌ ଟାଉନ୍‌ ଥାନା ଅଞ୍ଚଳର ବିବେକ ମହାନ୍ତି ଓ ତାଙ୍କ ବାନ୍ଧବୀ ବାଇକ୍‌ରେ ବୁଲିବା ପାଇଁ ଯାଇଥିଲେ। ସେମାନେ ଘରକୁ ଫେରୁଥିଲେ। ସେହି ସମୟରେ କେତନା ରୋଡ୍‌ରେ ଏକ ଗଛ ମୂଳରେ ରଙ୍ଗବାଲି କୁମ୍ଭାର ଗାଁର ବାବୁଲା ପରଜା, ଶିବ ପରଜା, ଦଶରଥ ପରଜା ଓ ଜଣେ ନାବାଳକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ବିବେକଙ୍କୁ ନାନା ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ପରେ ସେମାନେ ବିବେକଙ୍କୁ ନିର୍ଧୁମ ପିଟିଥିଲେ। ଫଳରେ ସେ ଚେତା ହରାଇ ପଡ଼ିଥିଲେ ବିବେକ। ବିବେକଙ୍କ ବାନ୍ଧବୀ ଯେତେ ନେହୁରା ହେଉଥିଲେ ମଧ୍ୟ କିଛି ଶୁଣିନଥିଲେ।

ତେବେ ସେହି ରାସ୍ତାରେ ଯାଉଥିବା ଏକ ବୋଲେରୋକୁ ବିବେକଙ୍କ ବାନ୍ଧବୀ ଅଟକାଇ ଥିଲେ। ପରେ ବିବେକଙ୍କୁ ଗୁରୁତର ଅବସ୍ଥାରେ ବୋଲେରୋରେ ଉଦ୍ଧାର କରାଯାଇ କୋରାପୁଟ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥା ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ମୃତ ବିବେକଙ୍କ ବାପା ଏନେଇ ୨୩ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ୨୨ ତାରିଖରେ ଘଟିଥିବା ଗଣ୍ଡଗୋଳ ପରେ ବାବୁଲା ପରଜା, ଶିବ ପରଜା ଓ ଦଶରଥ ପରଜା ବାଇକ୍‌ରେ ଯାଉଥିଲେ। ସେହି ସମୟରେ ସେମାନଙ୍କ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ବାବୁଲାର ମୃତ୍ୟୁ ଘଟିଥିଲା। ପୁଲିସ ଶିବ ପରଜା ଓ ଦଶରଥଙ୍କୁ ଅଟକ ରଖିଛି। ଏହି ମାମଲାରେ ଅନ୍ୟ ଜଣେ ନାବାଳକକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos